ରାଜ୍ୟରେ ନୂତନ ଭାବେ ଓଡିଶା ଘରୋଇ ଆଇଟିଆଇ ମଙ୍ଗଳ ମହାସଂଘ ଗଠିତ

ଦେବାଶିଷ ସଭାପତି ଓ ଦେବୀପ୍ରସାଦ ସମ୍ପାଦକ ଭାବେ ନିର୍ବାଚିତ
ଭୁବନେଶ୍ୱର: ରାଜ୍ୟରେ ଥିବା ଘରୋଇ ଶିଳ୍ପ ତାଲିମ କେନ୍ଦ୍ର ଗୁଡିକର ବିଭିନ୍ନ ସମସ୍ୟା କୁ ସମାଧାନ କରିବା ପାଇଁ ଘରୋଇ ଆଇଟିଆଇ ମଙ୍ଗଳ ମହାସଂଘ ଓଡିଶା ( ପିଟିୱା ) ନାମରେ ଏକ ନୂତନ ସଂଘ ଗଠନ କରାଯାଇଛି l ଭୁବନେଶ୍ୱର ସ୍ଥିତ ହୋଟେଲ ପୁଷ୍ପକ ରେ ରାଜ୍ୟର ଶହେ ରୁ ଉର୍ଦ୍ଧ ଘରୋଇ ଆଇ ଟି ଆଇ ର ଶୀର୍ଷ ନେତୃତ୍ୱବୃନ୍ଦ ଏକ ସାଧାରଣ ବୈଠକରେ ଯୋଗ ଦେଇ ନୂତନ ସଂଘ ବାବଦରେ ଆନୁଷ୍ଠାନିକ ଘୋଷଣା କରିଛନ୍ତି l ବୈଠକ ର ପ୍ରାରମ୍ଭ ରେ ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର, ପ୍ରବକ୍ତା ତଥା ଆପେକ୍ସ ଆଇ ଟି ଆଇ ର ଅଧ୍ୟକ୍ଷ (ଇଂ ) ଶ୍ରୀସନ୍ନ୍ୟାସୀ ଜୀ ବେଦ ପାଠ କରିଥିବା ବେଳେ ସଙ୍ଘର ବରିଷ୍ଠ ସଦସ୍ୟମାନେ ସମ୍ମିଳିତ ପୂର୍ବକ ପ୍ରଦୀପ ପ୍ରଜ୍ଜଳନ କରିଥିଲେ l ପ୍ରାରମ୍ଭ ରେ ଇଂ ଦେବାଶିଷ ଆଚାର୍ଯ୍ୟ ସଭାର ଆଭିମୁଖ୍ୟ ବାବଦରେ ଆଲୋଚନା କରିଥିଲେ l ଏଥିରେ ସର୍ବସମ୍ମତି କ୍ରମେ ଇଂ ଦେବାଶିଷ ଆଚାର୍ଯ୍ୟ ସଭାପତି, ଇଂ ଦେବୀପ୍ରସାଦ ଦାସ ସମ୍ପାଦକ, ଇଂ ଦୀପ୍ତିରଞ୍ଜନ ପଣ୍ଡା କୋଷାଧକ୍ଷ, ଇଂ କୃଷ୍ଣମୋହନ ଦାଶ କାର୍ଯ୍ୟନିବାହୀ ସଦସ୍ୟ, ଶ୍ରୀହରିହର ମହନ୍ତ, ପ୍ରଶାନ୍ତ କୁମାର ବିଶ୍ୱାଳ, ଓ ଜ୍ୟୋସ୍ନାରାଣୀ ସାମନ୍ତରାୟ ଉପ-ସଭାପତି, ଇଂ ମାନସ କୁମାର ପ୍ରଧାନ, ଇଂ ଧର୍ମଶୋକ ମହାଲା ୟକ, ଇଂ ରଞ୍ଜନ କୁମାର ବିଶ୍ୱାଳ ଯୁଗ୍ମ ସମ୍ପାଦକ, ଡଃ କ୍ଷୀରୋଦ କୁମାର ରାଉତ, ଜସ୍ମିନ ମହନ୍ତ, ଇଂ କ୍ଷେତ୍ରବାସୀ ମହନ୍ତ ଅତିରିକ୍ତ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ଇଂ ସୂର୍ଯ୍ୟକାନ୍ତ ବିଶ୍ୱାଳ ଖୋର୍ଦ୍ଧା, ଇଂ ବୀରବଲ ସାହୁ କେନ୍ଦ୍ରାପଡ଼ା, ରଶ୍ମିରଂଜନ ମିଶ୍ର ଜଗତସିଂହପୁର, ଇଂ ମନମୋହନ ମିଶ୍ର କେନ୍ଦୁଝର ଏବଂ ପ୍ରୀତି ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାର ମଣ୍ଡଳ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାର ଜଣାପଡିଛି l ଆଗାମୀ ଦିନରେ ଘରୋଇ ଆଇଟିଆଇ ମାନଙ୍କର ବହୁବିଧ ସମସ୍ୟାଗୁଡିକୁ ସରକାରଙ୍କ ଦୃଷ୍ଟିକୁ ଅଣାଯିବା ସହିତ ଆଇଟିଆଇ ମାନଙ୍କର ମଙ୍ଗଳ ଉଦେଶ୍ୟରେ ସଂଘ ନିରନ୍ତର କାର୍ଯ୍ୟ କରିବ ବୋଲି ନବ ନିର୍ବାଚିତ ସଭାପତି ଇଂ ଦେବାଶିଷ ଆଚାର୍ଯ୍ୟ ପ୍ରକାଶ କରିବା ସହିତ ପ୍ରତି ଜିଲ୍ଲାରେ ପିଟିୱାକୁ ସୁଦୃଢ କରିବା ପାଇଁ ବରେଣ୍ୟ ସଦସ୍ୟ ଚିନ୍ମୟ ମିଶ୍ର ଆହ୍ୱାନ ଦେଇଥିଲେ l ଶେଷରେ ପ୍ରଶାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.