ଛି ଛି ଛିରେ ନନୀ ଛି ଗୀତକୁ ଗାଇ ଭାଇରାଲ ହେଲେ ବିଧାୟକ ମଙ୍ଗୁ ଖିଲ

ମାଲକାନଗିରି, ୧୪/୧: ଚାରିଆଡେ ଲୋକପ୍ରିୟ ହେଉଥିବା କୋରାପୁଟିଆ ପୁରୁଣା ଛି ଛି ଛିରେ ନନୀ ଛି ଗୀତକୁ ଗାଇ ନିଜେ ଭାଇରାଲ ହୋଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ମଙ୍ଗୁ ଖିଲ ଏହି ଗୀତକୁ ବେସ ପ୍ରଶଂସା କରିଥିବା ବେଳେ ଗୀତର କିଛି ପଦ ଗାଇ ଏହାକୁ ବେସ ଉପଭୋଗ କରିଛନ୍ତି। ତେବେ ତାଙ୍କର ଏହି ଗୀତ ଗାଇବା ଭିଡିଓକୁ ମଧ୍ୟ ଲୋକେ ବେସ ପସନ୍ଦ କରୁଥିବା ବେଳେ ଏହି ଭିଡିଓ ବେସ ଭାଇରାଲ ହୋଇଛି। ପ୍ରାୟ ୨୪ ବର୍ଷ ପୁରୁଣା ଏହି ଗୀତ ବର୍ତ୍ତମାନ ଲୋକଙ୍କୁ ପୁଣି ଥରେ ଅକୃଷ୍ଠ କରିଥିବା ବେଳେ ଯୁବ ପିଢୀ ଏହି ଗୀତକୁ ନେଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ରିଲ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହା କୋରାପୁଟିଆ ଭାଷାର ବହୁଳ ପ୍ରଚାର ପ୍ରସାର କରୁଥିବା ମଧ୍ୟ ପ୍ରକାଶ କରିଛନ୍ତି ବିଧାୟକ ଶ୍ରୀ ଖିଲ।

Leave A Reply

Your email address will not be published.