ସୁକମା ବିଧାୟକ ତଥା ପୂର୍ବତନ ଅବକାରୀ ମନ୍ତ୍ରୀ ଲଖମା କବାସୀଙ୍କୁ ଇଡି ଗିରଫ ପ୍ରତିବାଦ କରି କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ମାଲକାନଗିରି, ୧୬।୧: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାର ବିଧାୟକ ତଥା ପୂର୍ବତନ ଅବକାରୀ ମନ୍ତ୍ରୀ ଲଖମା କବାସୀଙ୍କୁ ଗତକାଲି ଇଡିର ଏକ ଦଳ ତାଙ୍କ ବାସଭବନରେ ଚଢାଉ କରି ତାଙ୍କୁ ଉଠାଇ ନେଇଯାଇଥିବା ପ୍ରତିବାଦରେ ଆଜି ସୁକୁମା ଜିଲ୍ଲା କଂଗ୍ରେସ ଦଳ ତରଫରୁ ଜିଲା ବନ୍ଦ ଡାକରା ଦିଆ ଯାଇଥିବା ବେଳେ ଏହାର ପ୍ରଭାବ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛିା ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଏବଂ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ୍ ଖିଲଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମକର୍ତା ଓ କର୍ମୀ ମାଲକାନଗିରି ସହର ମୁଖ୍ୟ ରାସ୍ତାରେ ଇଡିର ଏପରି କାର୍ଯ୍ୟକୁ ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦେୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବିଷ୍ଣୁ ଦେଓ ସାୟଙ୍କ ଫଟୋଚିତ୍ରରେ ନିଆ ଲଗାଇ ପ୍ରତିବାଦ କରିଛନ୍ତିା ମାଲକାନଗିରି ଜିଲ୍ଲାର ବିକାଶ, କଂଗ୍ରେସ ଦଳର ସଂଗଠନ ଉପରେ ଶ୍ରୀ କବାସୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତିା ତୁରନ୍ତ ଛତିଶଗଡ ସରକାର ଶ୍ରୀ କବାସୀଙ୍କୁ ସମ୍ମାନେ ଛାଡିବା ପାଇଁ ଦଳ ଦାବି କରିଛିା ଏହି ଅବସରରେ ମାଲା ମାଡ଼ି, ଜି ଶ୍ରୀନିବାସ ରାଓ, କେଶୁ ରାଓ, ସରୋଜ ପାତ୍ର, ଇର୍ମା ପୋଡିଆମି, ଛବି ଦାସ, ବିନାୟକ ପାତ୍ର, ଇସାକ ଖୋସଲା, ପଦ୍ମ ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ।