ଜଷ୍ଟିସ ଅରିନ୍ଦମ ସିହ୍ନା ହେଲେ ଓଡ଼ିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି

ଆସନ୍ତା ଜାନୁୟାରୀ ୨୦ତାରିଖରୁ ଜଷ୍ଟିସ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।

କଟକ: ଓଡ଼ିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନିଯୁକ୍ତି ମିଳିଛି । ସେ ଆସନ୍ତା ୨୦ତାରିଖରୁ ଏହି ନୂଆ ଦାୟିତ୍ୱ ସମ୍ଭାଳିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିଯୁକ୍ତି ମିଳିବା ପରେ ଆଜି ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଚଳିତମାସ ୧୯ ତାରିଖରେ ଚାକିରିରୁ ଅବସର ନେବେ ।

ବିଜ୍ଞପ୍ତି ଅନୁସାରେ, ଆସନ୍ତା ଜାନୁୟାରୀ ୨୦ତାରିଖରୁ ଜଷ୍ଟିସ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ୧୯୬୫ ସେପ୍ଟେମ୍ବର ୨୨ରେ ଜନ୍ମିତ ଜଷ୍ଟିସ ସିହ୍ନା ୧୯୯୧ ମସିହା ମାର୍ଚ୍ଚ ମାସରେ ଓକିଲ ଭାବେ ପଞ୍ଜିକୃତ ହୋଇଥିଲେ । କୋଲାକାତା ହାଇକୋର୍ଟରେ ପ୍ରାୟ ୨୨ ବର୍ଷ ଧରି ପ୍ରାକ୍ଟିସ କରିବା ପରେ ତାଙ୍କୁ ୨୦୧୩ ଅକ୍ଟୋବର ୩୦ ତାରିଖରେ ଅତିରିକ୍ତ ଜଜ୍ ଭାବେ ନିଯୁକ୍ତି ମିଳିଥିଲା । ୨୦୧୬ ମାର୍ଚ୍ଚ ୧୪ରେ ସେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୨୧ ଅକ୍ଟୋବର ୮ ତାରିଖରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ।

Leave A Reply

Your email address will not be published.