ମାଲକାନଗିରିରୁ ରୋଗୀ ନେଇ ଯାଉଥିବା ବସ ବିଶାଖାପାଟଣାରେ ଦୁର୍ଘଟଣା; ବାପା, ଝିଅଙ୍କ ମୃତ

୨୦ରୁ ଉର୍ଦ୍ଧ୍ବ ଆହତ

ମାଲକାନଗିରି: ବିଶାଖାପାଟନମ ସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ତରଫରୁ ନେଇ ଯାଉଥିବା ଅନିଲ ନିରୁକୋଣ୍ଡା ବସର ସଡ଼କ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ବିଶାଖାପାଟନମ ନିକଟରେ ହୋଇଛି । ଏହି ଦୁର୍ଘଟଣାରେ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ଏମଭି ୫୮ ଗ୍ରାମର ସୁବ୍ରତ ରାୟ ଏବଂ ତାଙ୍କ ସାନ ଝିଅଙ୍କ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏହା ସମେତ ୨୦ରୁ ଉର୍ଦ୍ଧ୍ବ ଅନେକ ଆହାତ ହୋଇଛନ୍ତି। ସୁବ୍ରତ ରାୟ ବିଜେପିର ଏମଭି ୫୮ ବୁଥର ବୁଥ ସଭାପତି ଥିଲେ ଏବଂ ପଡ଼ିଆ ମଣ୍ଡଳର ଭାଜପା ଯୁବ ନେତା ଥିଲେ। ତେବେ ବସଟି ମାଲକାନଗିରିର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦ଜଣଙ୍କୁ ନେଇ ଯାଉଥିବା ଜଣାପଡିଛି। ଗତକାଲି ରାତିରେ ବସଟି ମାଲକାନଗିରିରୁ ବାହାରି ଯାଉଥିବା ବେଳେ ବିଶାଖାପାଟଣା ନିକଟରେ ମୁଖ୍ୟ ରାସ୍ତା ସାମ୍ନାରେ ଏକ ଟ୍ରକ ଖରାପ ହୋଇ ଛିଡା ହୋଇଥିଲା। କୁହୁଡି ଯୋଗୁଁ ବସ ଚାଳକ ଟ୍ରକକୁ ଦେଖି ପାରିନଥିଲେ ଏବଂ ଦୁର୍ଘଟଣା ଘଟିଥିଲା ବୋଲି ସୂଚନା ମିଳିଛି ।

ମୃତ ବାପା ଓ ଝିଅ
Leave A Reply

Your email address will not be published.