ସାଧାରଣ ନିର୍ବାଚନରେ ନିର୍ବାଚନ ପରିଚାଳନା ଓ ସମୟରେ ଭୋଟର ତାଲିକାରେ ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ସମ୍ମାନିତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ୨୦୨୪ ସାଧାରଣ ନିର୍ବାଚନରେ ସୁ ପରିଚାଳନା ଓ ୨୦୨୫ରେ ସମୟରେ ଭୋଟର ତାଲିକାରେ ପ୍ରଶଂସନୀୟ ପ୍ରଦର୍ଶନ ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶଗ୍ରହଣର ସ୍ଵତନ୍ତ୍ର ସାରାଂଶ ସଂଶୋଧନ ପାଇଁ ମାଲକାନଗିରି ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ସମ୍ମାନିତ କରାଯିବାକୁ ରାଜ୍ୟ ନିର୍ବାଚନ କାର୍ଯ୍ୟଳୟ ପକ୍ଷରୁ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମ ଜାନୁଆରୀ ୨୫ ତାରିଖରେ ଜାତୀୟ ଭୋଟର ଦିବସ ଅବସରରେ ଭୁବନେଶ୍ୱର ଠାରେ ରବୀନ୍ଦ୍ର ମଣ୍ଡପ ଭବନରେ ଭବ୍ୟ ଆୟୋଜିତ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ସମ୍ମାନିତ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା (ନିର୍ବାଚନ) ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଥିବାର ଜଣାପଡିଛି।

Leave A Reply

Your email address will not be published.