ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଟିତ

ମାଲକାନଗିରି: ଜିଲ୍ଲା ଓ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆଜି କୋରୁକୋଣ୍ଡା ଏସ.ଏସ.ଏସ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ କୋରୁକୋଣ୍ଡା ବ୍ଲକର ବିଧାୟକ ପ୍ରତିନିଧି ବିନାୟକ ପାତ୍ର, ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ ଭତ୍ରା, ସହକାରୀ ଯନ୍ତ୍ରୀ ସୁକାନ୍ତ ସ୍ୱାଇଁ, ଜିଲ୍ଲା ଉପଖଣ୍ଡ ସମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ, ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ପ୍ରଣୟନ ଯୋଜନା ସମ୍ବନ୍ଧରେ ଜନ ସାଧାରଣଙ୍କୁ ବୁଝାଇଥିଲେ। ଏହି ଶିବିରରେ ମୋଟ ୫ ଜଣ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ଥିଲେ। ଏହି ଶିବିରରେ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଆଞ୍ଚଳରୁ ଆସିଥିବା ମୋଟ ୧୫୮୨ ଜଣ ଭିନ୍ନକ୍ଷମ ଭାଇ ଭଉଣୀ ଓ ପିଲାମାନେ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ଜଣାପଡିଛି। ଶିବିରରେ ୧୦ ଜଣ ଭିନ୍ନକ୍ଷମ ମାନଙ୍କୁ ବିଭଗ ପକ୍ଷରୁ ଟ୍ରାଈ ସାଇକେଲ, ୩୦ ଜଣଙ୍କୁ ହୁଇଲ ଚେୟାର, ୨୫ ଜଣଙ୍କୁ ଆଶା ବାଡ଼ି ଓ ୩୦ ଜଣ ଭିନ୍ନକ୍ଷମ ମାନଙ୍କୁ ଶାଖା ବାଡ଼ି ପ୍ରଦାନ କରାଯାଇଛି।

Leave A Reply

Your email address will not be published.