ଅଣଗେଜେଟେଡ ବନ ସେବା ସଂଘ ସାଧାରଣ ଅଧିବେଶନ ଅନୁଷ୍ଟିତ

ମାଲକାନଗିରି: ଓଡ଼ିଶା ଅଣଗେଜେଟେଡ ବନ ସେବା ସଂଘ ମାଲକାନଗିରି ଶାଖାର ସାଧାରଣ ଅଧିବେଶନ ରାଜଶ୍ରୀ ପେଲେସ ହୋଟେଲ ଏହି ବୈଠକ ଅନୁଷ୍ଟିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କୋରାପୁଟ ପ୍ରସନ୍ନ କୁମାର ବେହେରା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ମାଲକାନଗିରି ପ୍ରତାପ କତାପାଲି ଯୋଗ ଦେଇଥିଲେ। ଏବଂ ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ଅଣଗେଜେଟେଡ ବନ ସେବା ସଂଘର ରାଜ୍ୟ ସଭାପତି ଯୋଗ ବନ୍ଧୁ ପାତ୍ର ଯୋଗ ଦେଇଛନ୍ତି। ଏଥିରେ ଅଣଗେଜିଟେଡ ବନ ସେବା କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସାଧାରଣ ସଭାରେ ମାଲକାନଗିରି ଜିଲ୍ଲା ସମସ୍ତ ଅଣଗେଜେଟେଡ ବନ ସେବା କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଏହା ଦ୍ଵିବାର୍ଷିକକୁ ଥରେ ଏହି ଅଧିବେଶନ ଅନୁଷ୍ଟିତ ହୋଇଥାଏ ।

Leave A Reply

Your email address will not be published.