କଟକ, ୨୯/୧: ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କଟକ ଦୁର୍ଗାବାଡି ସମିତି ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ତଥା କଟକ ଦୁର୍ଗାବାଡି ସମିତିର ସମ୍ପାଦକ ଗୌତମ ମୁଖାର୍ଜୀଙ୍କ ତତ୍ତ୍ବାବଧାନରେ କେଶରପୁର ସ୍ଥିତ ମହାମାୟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ବିଶ୍ବଜିତ ଘୋଷ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ଯା ଏବଂ କଟକ ଦୁର୍ଗାବାଡି ସମିତିର ସଦସ୍ଯ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ମାନସ ରଞ୍ଜନ ପରିଡା, ଜ୍ଞାନରଞ୍ଜନ ବେହେରା, ସୁଭ୍ରାନ୍ତ କୁମାର ଦାସ, ଚିରଞ୍ଜିତ, ଶିକ୍ଷୟିତ୍ରୀ ସୋନାଲିସା ସାହୁ, ମୈତ୍ରୀ ସାହୁ ପ୍ରମୁଖ ସହଯୋଗ ରହିଥିଲେ।
![](https://gaonrusahar.com/wp-content/uploads/2025/01/IMG-20250129-WA0082-1024x768.jpg)