ଆଦର୍ଶ ପ୍ରଧାନ ଶିକ୍ଷୟତ୍ରୀ ରଙ୍ଗଲତା ପରିଡ଼ାଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା

ବଡ଼ଚଣା: ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମର ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ପ୍ରଦୀପ୍ତ କୁମାର ପରିଡ଼ାଙ୍କ ପତ୍ନୀ ତଥା ଆଦର୍ଶ ଶିକ୍ଷୟତ୍ରୀ ରଙ୍ଗଲତା ପରିଡ଼ା (୭୫)ଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି । ସାମ୍ବାଦିକ ଅଭିମନ୍ୟୁ ଧଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୂଜ୍ୟପୂଜା ପରିଷଦ ପକ୍ଷରୁ ଆୟୋଜିତ ସଭାରେ ବଡଚଣାର ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଓ ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନା ଯୋଗ ଦେଇ ସ୍ବର୍ଗତ ପରିଡାଙ୍କ ସ୍ମୃତିଚାରଣ କରିଥିଲେ । ଅସ୍ଥି ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡ଼ାକ୍ଟର ରବିଜୀ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ବରିଷ୍ଟ ସାମ୍ବାଦିକ ମହେଶ୍ୱର ବଳ, ପ୍ରସନ୍ନ କୁମାର ବିଶ୍ବାଳ, ପ୍ରଶାନ୍ତ କୁମାର ଜେନା, ହେମେଶ ଜେନା, ସଂଜୟ କୁମାର ସ୍ବାଇଁ, ମୋହନ ଖିଲାର, ଆଇନଜୀବୀ ଦେବରାଜ ବେହେରା, ବଟକୃଷ୍ଣ ମହାରଣା, ଲକ୍ଷ୍ମୀଧର ସାମଲ, ଡକ୍ଟର ସୁଧିର ସାମଲ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପରିଡାଙ୍କ ବହୁମୁଖି ପ୍ରତିଭାର ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ “ମା ପରି କିଏ ହେବ” ସ୍ମରଣିକା ଉନ୍ମୋଚିତ ହୋଇଥିଲା। ସ୍ବର୍ଗତ ପରିଡାଙ୍କ ଏକ ମାତ୍ର ପୁତ୍ର ଡାକ୍ଟର ପ୍ରଶାନ୍ତ କୁମାର ପରିଡା ସମସ୍ତ ଅତିଥିଙ୍କୁ କୃତଜ୍ଞତା ଜଣାଇଥିଲେ।

Leave A Reply

Your email address will not be published.