କଟକ: ଆଗାମୀ ମାର୍ଚ୍ଚ ୨୪ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥ ମହୋତ୍ସବର ଦ୍ୱିତୀୟ ପ୍ରସ୍ତୁତି ବୈଠକ କୁରlଙ୍ଗ ଶାସନ ସ୍ଥିତ ଆମ୍ରପଲ୍ଲୀ ରିସର୍ଟ ପରିସରରେ ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀସନ୍ନ୍ୟାସୀ ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ନିଆଳିର ମାନ୍ୟବର ବିଧାୟକ ଛବି ମଲ୍କିକ ଯୋଗ ଦେଇ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମଟି କିପରି ଆହୁରି ସର୍ବାଙ୍ଗ ସୁନ୍ଦର ହୋଇପାରିବ ସେଥି ପାଇଁ ସେ ମନ ପ୍ରାଣ ଦେଇ ସହଯୋଗ କରିବେ ବୋଲି ମତ ଦେଇଥିଲେ l ପଞ୍ଚ ଦିବସୀୟ ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥଙ୍କ ସହ ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀ ଓ ଏହାର ଗୌରବମୟ ସଭ୍ୟତା ଉପରେ ବିଶେଷ ପ୍ରାଧାନ୍ୟ ଦିଆଯିବାକୁ ବିଧାୟକ ପ୍ରସ୍ତାବ ଦେଇଥିଲେ l ବୈଠକରେ ସର୍ବ ସମ୍ମତି କ୍ରମେ ବିଧାୟକଙ୍କୁ ମହୋତ୍ସବ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ନିଆଳି ଯୁବ ଜାଗ୍ରତ ମଞ୍ଚର ପ୍ରତିଷ୍ଠାତା କଳ୍ପତରୁ ଖୁଣ୍ଟିଆ ବିଧାୟକଙ୍କୁ ସ୍ୱାଗତ କରିବା ସହ ଆୟୋଜନ ବାବଦରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ l ପ୍ରାଚୀ ପ୍ରଜ୍ଞା ପରିଷଦର ଅଧକ୍ଷ ଅଶ୍ୱିନୀ କୁମାର ମହାପାତ୍ର, ଆଇନୀଜୀବୀ କବି ନାରାୟଣ ଜେନା, ବରିଷ୍ଠ ସଂଗଠକ ଆଦିତ୍ୟ ପାଣି, ପ୍ରଦୀପ୍ତ ମହାନ୍ତ, ଆଞ୍ଚଳିକ ଶାନ୍ତି କମିଟିର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର, ଅଶୋକ କୁମାର ରଥ, ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ, କାନନ ବିହାରୀ ନାୟକ, ଦିଲ୍ଲୀପ କୁମାର ପାତ୍ର, ସରୋଜ କୁମାର ସ୍ୱାଇଁ, ଉମାକାନ୍ତ କର, ଅନୁପ କୁମାର ସାସମଲ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ହିତାଂଶୁ ଶେଖର ଦାସ, ଗୌରାଙ୍ଗ ଚରଣ ନାଥ, ଦେବଜ୍ୟୋତି ଆଚାର୍ଯ୍ୟ, କୈଳାଶ ଚନ୍ଦ୍ର ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ l ଶେଷରେ ସମାଜସେବୀ ସ୍ୱାଧୀନଚେତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ଯୁବ ଜାଗ୍ରତ ମଞ୍ଚର ସମ୍ପାଦକ ଅରୁଣ କୁମାର ସାହୁ, ଦିଲ୍ଲୀପ କୁମାର ବେହେରା ସୁମିତ୍ରା ଦାସ, ସୁଧାଂଶୁ ଶେଖର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.