ଦିଲ୍ଲୀରେ ବିଜେପିର ବିଜୟ ନେଇ ମାଲକାନଗିରି ବିଜେପି ଦଳ ପକ୍ଷରୁ ବିଜୟ ଉତ୍ସବ ପାଳନ

ମାଲକାନଗିରି: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଦଳକୁ ହରାଇ ବିଜେପି ଦଳ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଥିବାରୁ ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ଆଜି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲା ସଦର ମହକୁମା ସୁବାସ ବୋସ ଛକ ନିକଟରେ ଜିଲ୍ଲା ବିଜେପି ପକ୍ଷରୁ ଆତସବାଜି ଫୁଟାଇ ଜନ ସାଧାରଣ ଓ ଦଳୀୟ କର୍ମୀଙ୍କୁ ମିଷ୍ଠାନ ବଣ୍ଟନ କରି ଦିଲ୍ଲୀର ବିଜୟ ଉତ୍ସବ ପାଳନ କରିଛନ୍ତି। ଏହି ବିଜୟ ଉତ୍ସବରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଜିଲ୍ଲା ବିଜେପି ସଭାପତି ଅଶୋକ କୁମାର ପରିଡ଼ା, ମାଣିକ ଚକ୍ରବର୍ତ୍ତୀ, ସଞ୍ଜୟ ସରକାର, ଦିଲ୍ଲୀପ ଦଣ୍ଡପାଟ୍, ତ୍ରିପତି ପଟ୍ଟନାୟକ ପ୍ରମୁଖ ଶତାଧିକ ବିଜେପି କର୍ମୀ ଓ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.