ବଡଚଣା: ବଡଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମରେ ଚଳିତ ବର୍ଷ ୧୮ତମ ଅଷ୍ଟପ୍ରହର ନାମଯଜ୍ଞ ତିନିଦିନ ବ୍ୟାପି ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି l ଏହି ନାମଯଜ୍ଞ ଗରଗାଲି ଗ୍ରାମ ମେଳା ବଟ ଠାରେ ଅନୁଷ୍ଠିତ ହୋଇଥିଲା l ଶୁକ୍ରବାର କଳସ ସ୍ଥାପନ ସହ ଅଧିବାସ, ଶନିବାର ପ୍ରଭୁଙ୍କ ନାମଯଜ୍ଞ ଓ ରବିବାର ନଗର ଭ୍ରମଣ ହୋଇଥିଲା l ଏହି ଅଷ୍ଟପ୍ରହର ନାମଯଜ୍ଞରେ ଅଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରୁ ୨୦ରୁ ଉର୍ଦ୍ଧ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ଗ୍ରାମର ଦୁର୍ଗା ମଣ୍ଡପ ପାଖରୁ ପଛକୁ ପଛ କୀର୍ତ୍ତନ କରି ହରି ଗୋସାଇଁଙ୍କ ମଣ୍ଡପରେ ନାମ କୀର୍ତ୍ତନ କରିଥିଲେ l ଏହି ଅଷ୍ଟପ୍ରହରରେ ଉକ୍ତ ଗ୍ରାମର ନିକୁଞ୍ଜ ପାଲ କର୍ତ୍ତା ଭାବେ ସଂକଳ୍ପ କରିଥଲେ l ଅଷ୍ଟପ୍ରହରକୁ ଦେଖିବା ପାଇଁ ବିଭିନ୍ନ ଗ୍ରାମରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ କମିଟି ପକ୍ଷରୁ ସମସ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା l ନଗର ଭ୍ରମଣ ସରିବା ପରେ କର୍ତ୍ତା ନିକୁଞ୍ଜ ପାଲ ଶେଷରେ ଦଧି ହାଣ୍ଡି ଭାଙ୍ଗିବା ସହ ଅଷ୍ଟପ୍ରହରକୁ ସମାପନ କରିଥିଲେ l ଗରଗାଲି ଗ୍ରାମବାସୀଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମଟି ସୁରୁଖୁରୁରେ ହୋଇଥିବା ବେଳେ ତିନିଦିନ ବ୍ୟାପି ଏକ ଆଧ୍ୟତ୍ମୀକ ପରିବେଶରେ ଗାଁ ଦାଣ୍ଡ ଉତ୍ସବ ମୁଖରେ ପରିଣତ ହୋଇଯାଇଥିଲା l
