ଜଙ୍ଗଲ ଜମି ଅଧିକାର କମିଟି ପକ୍ଷରୁ ଗୋଷ୍ଠୀ ଜଙ୍ଗଲ ପରିଚାଳନା ଓ ଲଘୁବନଜାତ ସାମଗ୍ରୀ ବିକ୍ରୟ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବି ପତ୍ର

ମାଲକାନଗିରି, ୧୭/୩: ମାଲକାନଗିରି ଜିଲ୍ଲା ଉଡୁଲିବେଢା ପଞ୍ଚାୟତ ସ୍ଥ ପେଦାଗୁଡା ଗ୍ରାମର ଜଙ୍ଗଲ ଜମି ଅଧିକାର କମିଟି ପକ୍ଷରୁ ଗୋଷ୍ଠୀ ଜଙ୍ଗଲ ପରିଚାଳନା ଓ ଲଘୁବନଜାତ ସାମଗ୍ରୀ ବିକ୍ରୟ ନିମନ୍ତେ ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା କମିଟି ସମ୍ୱନ୍ଧରେ ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀଙ୍କୁ ଦାବି ପତ୍ର ଦେଇଛନ୍ତି। ଆଜି ପେଦାଗୁଡା ଜଙ୍ଗଲ ଜମି ଅଧିକାର କମିଟିର ସଭାପତି ସମରା ନାୟକ, ସମ୍ପାଦକ ଭକ୍ତ ରାମ ପୂଜାରୀଙ୍କ ନେତୃତ୍ୱରେ କମିଟିର ସମସ୍ଥ ସଦସ୍ୟ ସଦସ୍ୟା ମାନେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଆସି ଗୋଷ୍ଠୀ ଜଙ୍ଗଲ ପରିଚାଳନା ନିମନ୍ତେ ଦରଖାସ୍ତ ଦେଵା ସହିତ ସମସ୍ତ ନଥିପତ୍ର ଦାଖଲ କରିଥିଲେ। ସେମାନେ ଲିଖିତ ଆକାରରେ ଜଣା ଯାଉଅଛି ଯେ, ଗ୍ରାମ ପଞ୍ଚାୟତ ଅଧୁନସ୍ଥ US JT ଗ୍ରାମ ସଭାର ଗୋଷ୍ଠୀ ଜଙ୍ଗଲ ସମ୍ୱଳ ପରିଚାଳନା କମିଟି ଦ୍ବାରା ଦସ୍ତାବିଜ ଓ ଗ୍ରାମ ସଭାର ବିବରଣୀ ଜମା/ପ୍ରେରଣ କରାଯାଉଅଛି, ଯାହା ଜଙ୍ଗଲ ଅଧିକାର ଆଇନ ୨୦୦୬ ଏବଂ ସଂଶୋତ ନିୟମାବଳୀ ୨୦୧୨ ଅନ୍ତର୍ଗତ ଭାରତ ସରକାରଙ୍କର ଆଦିବାସୀ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଗୋଷ୍ଠୀ ଜଙ୍ଗଲ ସମ୍ୱଳ ପରିଚାଳନା ମାର୍ଗଦର୍ଶିକା ଅନୁଯାଇ ହେଉଛି: ଗୋଷ୍ଠୀ ଜଙ୍ଗଲ ସମ୍ୱଳ ପରିଚାଳନା କମିଟି ଗଠନ ଓ କମିଟିର ସଦସ୍ୟ ସଦସ୍ୟାମାନଙ୍କ ବିବରଣୀ ପ୍ରଦାନ କରିଛନ୍ତି । ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନ୍ତର୍ଗତ ଧାରା ‘୫’ ର ପ୍ରାବଧାନକୁ ସଠିକ ଭାବରେ ଲାଗୁ କରିବା ପାଇଁ ନୋଟିସର ନକଲ ଗ୍ରାମ ସଭା ଦ୍ବାରା ଅନୁମୋଦିତ ପରିବହନ ପର୍ମିଟର ନକଲ ଦାଖଲ କରି ଜଙ୍ଗଲ ଜାତ ଲଘୁବନଜାତ ସାମଗ୍ରୀ ଯଥା ମହୁଲ, ଟୋଲ, କେନ୍ଦୁପତ୍ର ବିକ୍ରୟ ନିମନ୍ତେ ଅନୁମତି ପ୍ରଦାନ ନିମନ୍ତେ ଦରଖାସ୍ତ ଦେଇଛନ୍ତି।

Leave A Reply

Your email address will not be published.