ଗାଁ ସାଥୀଙ୍କ ବିଶାଳ ଗଣଧାରଣା, ଦାବି ପୂରଣ ନ ହେଲେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ

ମାଲକାନଗିରି: ଓଡ଼ିଶା ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ଵାଳଙ୍କ ଆହ୍ବାନକ୍ରମେ ଆଜି ମାଲକାନଗିରି ଜିଲ୍ଲାର ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଭିନ୍ନ ଦାବି ପୂରଣ ପାଇଁ ଆନ୍ଦୋଳନ କରାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ସଂଘର ମାଲକାନଗିରି ଜିଲ୍ଲା ସଂଯୋଜକ ହରି ନାୟକ ଓ ଆବାହକ ରାମଚନ୍ଦ୍ର ମାଡ଼କାମୀଙ୍କ ନେତୃତ୍ବରେ ଜିଲ୍ଲାରେ ଥିବା ସମସ୍ତ ନ୍ୟାୟ ଆଶାୟୀ ଲିଗାଲ୍ ଗାଁସାଥୀ (ମେଟ୍) ମାନଙ୍କ ଆବଶ୍ୟକୀୟ ବୟସ କୋହଳ ସହିତ +୨ରୁ ଊର୍ଦ୍ଧ୍ଵ ଶିକ୍ଷାଧାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ +୨ରୁ କମ ପଥ-ପଢିଥିବା ଆଶାୟୀ ଗାଁ ସାଥୀ (ମେଟ୍)ଙ୍କୁ ସର୍ବନିମ୍ନ ମାସିକ ୧୨ ହଜାର ଟଙ୍କାରୁ ଊର୍ଦ୍ଧ୍ବ ପ୍ରୋତ୍ସାହନ ରାଶି ପ୍ରଦାନ ଦାବିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀ ଏବଂ ମହାମହୀମ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ୧୧ ଜଣ ଅଧିକାରୀ, ପଦାଧିକାରୀ ଓ ସାମ୍ବିଧାନିକ ମୁଖ୍ୟମାନଙ୍କୁ ଏକ ସ୍ମାରକପ‌ତ୍ର ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାର ସମସ୍ତ ପଞ୍ଚାୟତ, ବ୍ଳକରୁ ଆସିଥିବା ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଗାଁ ସାଥୀ ମାନେ ବାଲିମେଳା ଛକରୁ ପଦଯାତ୍ରା କରି ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଗଣଧାରଣାରେ ସାମିଲ ହୋଇ ନିଜ ଦାବି ପତ୍ର ପ୍ରଦାନ କରି ଦୀପ ଜାଳି ୫ ଘଣ୍ଟିଆ ପ୍ରତୀକ ଧାରଣା ପ୍ରଦାନ କରାଯାଇଥିଲା। ସରକାର ଦେଇଥିବା ତାଙ୍କ ପ୍ରତିଶ୍ରୁତି ଖୁବ୍‌ଶୀଘ୍ର ରକ୍ଷା କରି ସଂଘର ଦାବି ପୂରଣ ନକଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ କରାଯିବ ବୋଲି ସଂଘ ତରଫରୁ କୁହାଯାଇଛି।

Leave A Reply

Your email address will not be published.