ମିଲର ଆସୋସିଏସନ୍ ସଭାପତି ପଦରୁ ଇସ୍ତଫା

ମାଲକାନଗିରି: ମାଲକାନଗିରି ଜିଲ୍ଲା ମିଲର ଆସୋସିଏସନ୍ ସଭାପତି ସୁରେଶ ସୋମାନି ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସଂଘର କୌଣସି ଏକ ଘଟଣାକୁ ନେଇ ଦୁଃଖିତ ହୋଇ ଇସ୍ତଫା ଦେଇଥିବାର ପ୍ରକାଶ କରିଛନ୍ତି ସେ କହିଛନ୍ତି ଯେ ମାଲକାନଗିରି ଜିଲ୍ଲାର ସମସ୍ତ ମିଲର୍ ଭାଇ ଓ ଭଉଣୀ ମାନଙ୍କୁ ମୁଁ ଶ୍ରୀ ସୁରେଶ ସୋମାନୀ, ସଭାପତି, ମିଲର ଆସୋସିଏସନ୍, ମାଲକାନଗିରି ସମସ୍ତକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଦୀର୍ଘ ଦିନ ଧରି ଆପଣମାନେ ମୋତେ ଯେଉଁ ଗୁରୁ ଦାୟିତ୍ଵ ଦେଇଥିଲେ ଆପଣମାନଙ୍କ ସାହାଯ୍ୟ ଓ ସହଯୋଗ କ୍ରମେ ମୋର ଦାୟିତ୍ଵକୁ କିଛି ମାତ୍ରାରେ ଲିଭାଇବା ପାଇଁ ଚେଷ୍ଟା କରି ଆସୁଅଛି। ଆପଣମାନେ ମଧ୍ୟ ମୋତେ ପୂର୍ଣ୍ଣ ମାତ୍ରାରେ ସାହାଯ୍ୟ ଓ ସହଯୋଗ କରି ଆସିଛନ୍ତି। ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଚିରରୁଣୀ ହୋଇ ରହିବି। କିନ୍ତୁ ଆଜି ଘଟିଯାଇଥିବା ଘଟଣା ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ହେବା ସହ ନିଜ ପାରିବା ପଣିଆକୁ ଦାୟୀ କରୀ ମୁଁ ନିଜ ପଦବୀରୁ ସ୍ଵେଚ୍ଛାକୃତ ଭାବେ ଦାୟିତ୍ଵ ମୁକ୍ତ ହେବାକୁ ଚାହୁଛି ଓ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରୁଅଛି। ସଂପାଦକ ମହୋଦୟ ମୋର ଇସ୍ତଫା ପତ୍ର ଗ୍ରହଣ କରିବାକୁ ବିନମ୍ରତାର ସହ ନିବେଦନ କରିଅଛି। ପ୍ରକାଶ ଥାଉକି ମୁଁ ସଂଘର ଜଣେ ସଧାରଣ ସଦସ୍ୟ ଭାବରେ ସଂଘର ସମସ୍ତ ନିଷ୍ପତ୍ତିକୁ ମାନି ନେବା ସହ ସଂଘ ପ୍ରତି ସଦାସର୍ବଦା ଆନୁଗତ୍ୟ ପ୍ରକାଶ କରିବି ବୋଲି ସୁରେଶ ପ୍ରକାଶ କରିଛନ୍ତି। ଘଟଣାଟି କଣ ସେ ପ୍ରକାଶ କରିନାହାନ୍ତି । ତେବେ ଶ୍ରୀ ସୁରେଶଙ୍କ ଇସ୍ତଫା ପରେ ସଭାପତି ପଦ କିଏ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।


Leave A Reply

Your email address will not be published.