ବୁକ୍ ସୁର୍କୁଲାରକୁ ମାନୁନାହାଁନ୍ତି ସରକାରୀ ବାବୁ । ସବୁ ବିଭାଗକୁ ଚିଠି ଲେଖିଲେ ସଂସଦୀୟ ବ୍ୟାପାର ସଚିବ

ସୁଶାସନ ପାଇଁ ରହିଛି ସ୍ୱତନ୍ତ୍ର ବୁକ୍ ସର୍କୁଲାର । ଯେଉଥିରେ ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ କିପରି ସମନ୍ୱୟ ରହିବ, ସେନେଇ ଉଲ୍ଲେଖ ହୋଇଛି ସବିଶେଷ ନିୟମ । ହେଲେ ବର୍ତ୍ତମାନ ସମୟରେ ଏହି ସର୍କୁଲାରକୁ ସରକାରୀ ଅଧିକାରୀ ପାଳନ କରୁନଥିବା ଅଭିଯୋଗ କରୁଛନ୍ତି ଜନପ୍ରତିନିଧି । ସଦାଚାର କମିଟିରେ ବାରମ୍ବାର ଅଭିଯୋଗ ପରେ ବାଚସ୍ପତି ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ, ସହ ବୈଠକ ହୋଇଥିଲା । ଏହାପରେ ସବୁ ବିଭାଗକୁ ଚିଠି କରିଛନ୍ତି ସଂସଦୀୟ ବ୍ୟାପାର ସଚିବ ଜି. ମାଥ୍ୟୁବାଥନ୍ ।

ବୁକ୍-ସର୍କୁଲାର-୪୭ରେ ଥିବା ନିୟମକୁ ଯେପରି କଡାକଡି ଭାବେ ପାଳନ କରାଯାଏ ତାହାକୁ ଗୁରୁତ୍ୱ ଦେଇଛନ୍ତି ଜି. ମାଥ୍ୟୁଥାବନ୍ । କେବଳ ଏତିକି ନୁହେଁ ସର୍କୁର୍ଲାର ପାଳନ ନେଇ ସ୍ୱତନ୍ତ୍ର ସେଲ ଗଠନ କରିବା ସହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏହାର ସ୍ଥିତି ବିଷୟରେ ତାଙ୍କୁ ଅବଗତ କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ବୁକ୍ ସର୍କୁଲାର-୪୨ ନିୟମକୁ ଯେପରି ସଠିକ୍ ଭାବେ ପାଳନ କରାଯାଏ ସେଥିପାଇଁ ବିଭାଗୀୟ ମୁଖ୍ୟ ତାଙ୍କର ଅଧସ୍ଥନ ଅଧିକାରୀଙ୍କୁ ଅବଗତ କରାଇବେ । ଏବଂ ନବନିଯୁକ୍ତ ଅଧିକାରୀଙ୍କୁ ଏବିଷୟରେ ଟ୍ରେନିଂ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି ଜି.ମାଥ୍ୟୁଥବନ୍ ।

Leave A Reply

Your email address will not be published.