ବିଶ୍ୱ ଆଦିବାସୀ ଦିଵସ ରେ ଫୁଲବାଣୀ ଆଇ. ଟି.ଡି ଏ ପକ୍ଷରୁ କଡ଼କ ନାଥ କୁକୁଡ଼ା ବଣ୍ଟନ

ଫୁଲବାଣୀ -୦୯/୦୮ ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା ଫୁଲବାଣୀ ପକ୍ଷରୂ ମିଶନ ଜୀବିକା ମାଧ୍ୟମରେ ଫିରିଙ୍ଗିଆ ବ୍ଲକ ବେଡାକେତା ଗ୍ରାମରେ ପଇଁଚାଳିଶ ଜଣ ଆଦିବାସୀଙ୍କୁ କଡ଼କ ନାଥ କୁକୁଡ଼ା ପ୍ରଦାନ କରାଯାଇଥିଲା l ମିଶନ ଜୀବିକା ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାଙ୍ଗା ଉପରସାହି ସରପଞ୍ଚ ଶ୍ରୀମତୀ ରଶ୍ମିତା କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀ ମାନଙ୍କୁ କଡ଼କ ନାଥ କୁକୁଡ଼ା ପ୍ରଦାନ କରିଥିଲେ lଆଇ ଟି ଡି ଏର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସଙ୍କ ନିର୍ଦେଶକ୍ରମେ ଜୀବିକା ବିଶେଷଣଜ୍ଞ ବଦ୍ୟନାଥ ଖଟୁଆ ଲଗାଣ ବର୍ଷ ସତ୍ବେ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରିଥୁଲେ l ଏହି କୁକୁଡା ଚାଷ କଲେ ଚାଷୀ ଅଧିକ ଦାମରେ କୁକୁଡ଼ା ବିକ୍ରି କରି ବେଶ ଲାଭବାନ ହୋଇପାରିବ ବୋଲି ଜୀବିକା ବିଶେଷଜ୍ଞ ଖଟୁଆ କହିଥିଲେl ବିଭାଗ ପକ୍ଷରୁ ଆଦିବାସୀ ହିତାଧିକାରୀ ମାନଙ୍କୁ କୁକୁଡ଼ା ଚିଆଁ ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସୁଯୋଗ ସହ ବୈଷୟିକ ଜ୍ଞାନ କୌଶଳ ମଧ୍ୟ ଯୋଗାଇ ଦିଆଯାଉଥିବା ନେଇ ସେ ଆହୁରି କହିଥିଲେ l ପ୍ରକଳ୍ପ ପ୍ରଶାସକ ଆଇ ଟି ଡି ଏ. ବୀରେନ୍ଦ୍ର କୁମାର ଦାସଙ୍କ ନିଷ୍ଠାପର ଉଦ୍ୟମ, କାର୍ଯ୍ୟ ଦକ୍ଷତା, ଉତ୍ତମ ଦିଗଦର୍ଶନ ଯୋଗୁଁ ବିଭାଗ ପକ୍ଷରୁ ବହୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରିଛି l ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ, ଓ ଖଜୁରୀପଡା ବ୍ଲକ ର ଶତାଧିକ ଆଦିବାସୀ ପୁରୁଷ, ମହିଳା ଉପକୃତ ହୋଇଥିବା ସରକାରୀ ସୁତ୍ରରୁ ଜଣା ପଡ଼ିଛି l

Leave A Reply

Your email address will not be published.