କଳିଙ୍ଗାରେ କାର ଓଲଟିଲା, ୩ ଆହତ

ଫୁଲବାଣୀ -୦୯/୦୮ କନ୍ଧମାଳ ଜିଲ୍ଲା କଳିଙ୍ଗା ଡି ଏ ଭି ସ୍କୁଲ ନିକଟରେ ବାଲିଗୁଡାରୁ ବ୍ରହ୍ମପୁର ଯାଉଥିବା ଏକ ସ୍ବିଫ୍ଟ ଡ଼ିଜାଇର କାର ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଏଥିରେ ବସିଥିବା ତିନିଜଣ ଯାତ୍ରୀ ଗୁରୁତସର ଆହତ ହୋଇଛନ୍ତି l ସେମାନେ ହେଲେ ଆଶାଲତା ପତି ୮ ୫, ସଞ୍ଜିତା ପତି( ଚାଳିଶ)ଓ ଜଣେ ତେର ବର୍ଷ ର ଛୁଆ ଅଛନ୍ତି l ଖବର ପାଇ ଜି. ଉଦୟଗିରି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳ ରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା କୁ ପଠାଇଥିଲେ l ଆହତ ସମସ୍ତେ ବାଲି ଗୁଡା ଅଂଚଳର ବୋଲି କୁହାଯାଉଛି l ଦୂର୍ଘଟଣା ଗ୍ରସ୍ତ କାର ନମ୍ବର ଓ ଡି 02-bp 7076. ଜି ଉଦୟଗିରି ପୋଲିସ ଘଟଣାର ତଦନ୍ତ କରୁଛି l

Leave A Reply

Your email address will not be published.