ଠେଙ୍ଗା ରେ ପିଟି ପିଟି ହତ୍ୟା କଲା ଭାଇ କୁ ଭାଇ।

ବୌଦ୍ଧ- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ଲୁଣିବାହାଲ ଛକ ଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭାଇକୁ ଜଣେ ସମ୍ପର୍କୀୟ ଭାଇ ହତ୍ୟା କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମତେ ଗୁରୁବାର ଦିନ ସାଡ଼େ ୧୧ ଟା ସମୟରେ ଯୁବରାଜପୁର ଗ୍ରାମର ଝରିଆ ବାରିକ ଲୁଣିବାହଲକୁ କିଛି ଜିନିଷ ବିକ୍ରି କରିବାକୁ ଆସିଥିଲେ ।ସେହି ସମୟରେ ଯୁବରାଜପୁର ଗ୍ରାମର ତାଙ୍କ ସମ୍ପର୍କୟ ଭାଇ ସୁବାସ ବାରିକ ଏବଂ ପୁତୁରା ଅସିତ ବାରିକ କୋଣସି କାରଣରୁ ଝରିଆ ଙ୍କ ସହ ପାଟିତୁଣ୍ଡ ହୋଇଥିଲା ।ଏହି ସମୟରେ ଝରିଆ ଙ୍କୁ ସୁବାସ ଏବଂ ଅସିତ ଏକ କଇଛି ଏବଂ କାଠ ଫାଳିଆ ରେ ଆକ୍ରମଣ କରି ଚାଲିଯାଇଥିଲେ ।ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଝରିଆକୁ ପୁରିଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଡାକ୍ତର ଝରିଆ ଙ୍କୁ ମୃତ ଘୋଷଣା କରିଥିଲେ।ପୁରୁଣା କଟକ ପୋଲିସ ସବ ଜବତ କରି ବ୍ୟବଛେଦ ପାଇଁ ବୋୖଦ୍ଧ ପଠାଇଛି । ପୁରୁଣା କଟକ ପୋଲିସ ଦୁଇ ଅଭିଯୁକ୍ତକୁ ସରସରା ଠାରୁ କାବୁ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.