ରାକ୍ଷୀ ଯୋଡ଼ିଦେଲା ସଂପର୍କ, ଏସପିଙ୍କୁ ରାକ୍ଷୀ ବାନ୍ଧିଲେ ଆତ୍ମ ସମର୍ପଣ କରିଥିବା ମାଓବାଦୀ

ମହିଳା ମାଓବାଦୀ ମାଲକାନଗିରି ଏସପି ନିତେଶ ୱାଧମାନିଙ୍କ ହାତରେ ବାନ୍ଧିଛନ୍ତି ରାକ୍ଷୀ । ଏବେ ବଦଳିଛି ଉପାନ୍ତ ଜିଲ୍ଲା ମାଲକାନଗିରିର ଚିତ୍ର । ଏଠାରେ ଯେଉଁ ଜିଲ୍ଲା ଦିନେ ମାଓବାଦୀଙ୍କ ଗଡ଼ ଥିଲା ଆଜି ସେଇଠି ବଦଳିଛି ଚିତ୍ର ଓ ଚରିତ୍ର ।

ଏହି ମାଓ ନେତ୍ରୀ ମାନେ ଦିନେ ଲାଲବାହିନୀରେ ଯୋଗ ଦେଇଥିଲେ କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ମାଓବାଦୀଙ୍କ ସାଥ୍ ଛାଡିଥିଲେ ଆଉ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ । ସରକାରଙ୍କ ତରଫରୁ ମଧ୍ୟ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ସହ ଆତ୍ମ ନିର୍ଭରଶୀଳ କରିବା ଲାଗି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଫଳରେ ଏହି ଭଉଣୀମାନେ ଅନ୍ୟମାନଙ୍କ ଭଳି ସମାଜରେ ମୁଣ୍ଡ ଟେକି ବଞ୍ଚି ପାରୁଛନ୍ତି । ଆଉ ଏସବୁ ପାଇଁ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାର ଏସପିଙ୍କୁ ଆଜି ନିଜର ଭାଇମାନି ରାକ୍ଷୀ ବାନ୍ଧିଛନ୍ତି ଏବଂ ଏସପି ମଧ୍ୟ ଜଣେ ଭାଇର କର୍ତ୍ତବ୍ୟ କରିବେ ବୋଲି ଭଉଣୀମାନଙ୍କୁ କହିଛନ୍ତି

Leave A Reply

Your email address will not be published.