ଓଏଏସ ସ୍ତରରେ ବଦଳି: ସତ୍ୟରଞ୍ଜନ ସାହୁ ବୌଦ୍ଧ ଜିଲ୍ଲାପାଳ

ବରିଷ୍ଠ ଓଏଏସ୍ ଅଫିସର ସତ୍ୟରଞ୍ଜନ ସାହୁଙ୍କୁ ଆଜି ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଏହାସହିତ ୩୨ଜଣଙ୍କୁ ବିଡିଓ, ୧୦ଜଣଙ୍କୁ ତହସିଲଦାର ଭାବେ ନିଯୁକ୍ତି ସହ ମୋଟ ୪୬ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି ହୋଇଛି।

ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ବରିଷ୍ଠ ଓଏଏସ୍ ଲଲାଟେନ୍ଦୁ ମିଶ୍ର ଜୁଲାଇ ୩୧ରେ ଅବସର ନେବା ପରଠୁ ଏହି ପଦବୀ ଖାଲି ପଡ଼ିଥିଲା । ସେହିପରି ୨୦୦୬ ବ୍ୟାଚ୍ ଆଇଏଏସ୍ ରୂପାରୋଶନ ସାହୁଙ୍କୁ ଶିକ୍ଷକ ପ୍ରଶିକ୍ଷଣ ଓ ଏସସିଇଆରଟି ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ୱ ସହ ଇଂରାଜୀ ଭାଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ନିଯୁକ୍ତି ମିଳିଛି। ଶ୍ରୀମତୀ ସାହୁ ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଅଛନ୍ତି ଓ ସେ ଅତରିକ୍ତ ଭାବେ ଉପରୋକ୍ତ ଦାୟିତ୍ୱ ତୁଲାଇବେ ।

ସେହିପରି ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମୋଟ ୩୨ଜଣ ଓଏଏସ୍ ଅଫିସରଙ୍କୁ ୩୨ଟି ବ୍ଲକରେ ବିଡିଓ ଭାବେ ବଦଳି କରାଯାଇଛି । ବିଡିଓ ଭାବେ କାର୍ଯ୍ୟ କରୁଥିବା ୧୩ଜଣ ଓଏଏସ୍ ଅଫିସରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗକୁ ଫେରସ୍ତ କରି ଦିଆଯାଇଥିବାବେଳେ ଅନ୍ୟ ଜଣେ ଓଏଏସ୍ ଅଫିସରଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଯାଇଛି ।

ସୂଚନା ଅନୁସାରେ, ସଂଗ୍ରାମ କେଶରୀ ଭଲଙ୍କୁ ପରଜଙ୍ଗ ବ୍ଲକ ବିଡିଓ ଭାବେ ନିଯୁକ୍ତି ମିଳିଥିବାବେଳେ ନିଳାମ୍ବର ମହାନନ୍ଦଙ୍କୁ ଯୁଯୁମରା, ପ୍ରବୀଣ କୁମାର ବଣୁଆଙ୍କୁ ଫୁଲବାଣୀ, ରବିନ୍ଦ୍ରନାଥ କହଁରଙ୍କୁ ହରଭଙ୍ଗା, ଅନୁପମା ଘୋଷଙ୍କୁ ଖଜୁରିଆପଡ଼ା, ଅରବିନ ବେହେରାଙ୍କୁ ଅନୁଗୋଳ,ସୁଧୀର କୁମାର ସିଂଙ୍କୁ ଓଉପଦା,ଅଭିଷେକ ଦାଶଙ୍କୁ ସିମୂଳିଆ, ବିନୟ ଭୋଇଙ୍କୁ କୋକସରା, ପ୍ରିୟରଞ୍ଜନ କୁମାରଙ୍କୁ ବୋଡେନ, ସଦାଶିବ ନାୟକଙ୍କୁ ବିଷମ କଟକ, ଅଶ୍ୱିନୀ ପଣ୍ଡାଙ୍କୁ କୋଲବିରା, କାମଦେବ ସମାଦାରଙ୍କୁ ଲମତାପଟା, ସନ୍ଧ୍ୟା ସମର୍ଥଙ୍କୁ କୁନ୍ଦ୍ରା, ଆକାଶ ରଞ୍ଜନ ସାହୁଙ୍କୁ ଲୋଇସିଂହା, ସିଗ୍ଧାରାଣୀ ପ୍ରଧାନଙ୍କୁ ଜୟପାଟଣା, ଉତ୍ତମ କୁମାର ବାଗଙ୍କୁ କର୍ଲାମୁଣ୍ଡା, ରାଜୀବ ଦାସଙ୍କୁ ମାଥିଲି, ପ୍ରଣବ କୁମାର ଚାନ୍ଦଙ୍କୁ ଆମ୍ବାଭୋନା, ପ୍ରିୟଦର୍ଶିନୀ ମିର୍ଦ୍ଧାଙ୍କୁ ତିଲେଇବଣି, ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ବ୍ରହ୍ମଗିରି, ହୃଦାନନ୍ଦ ଅଧାଙ୍କୁ କରଞ୍ଜିଆ, ସଂଗ୍ରାମ କେଶରୀ ପରିଡ଼ାଙ୍କୁ ରେମୁଣା, ଛବିରାଣୀ ସାହୁଙ୍କୁ ବେତନଟୀ, ବିଜୟ କୁମାର ନାୟକଙ୍କୁ ସାହାଡ଼ାପଡ଼ା, ଶାନ୍ତନୁ କୁମାର ନାୟକଙ୍କୁ ତେଲକୋଇ, ନୂପୁର ଚନ୍ଦଗୋଟିଆଙ୍କୁ ବାଲିଆପାଳ, ବିକାଶ ଚନ୍ଦ୍ର ସାହୁଙ୍କୁ କେନ୍ଦୁଝର ସଦର, ଆଲବର୍ଟ ଲାକ୍ରାଙ୍କୁ ଆଠମଲ୍ଲିକ, ଜନ୍ମେଜୟ ବେହେରାଙ୍କୁ ଲେଫ୍ରିପଡ଼ା, ପ୍ରସନ୍ନ କୁମାର ପାଣ୍ଡେଙ୍କୁ ବରପାଲି ଓ ବଜୟ କୁମାର ସଏଙ୍କୁ ବାରକୋଟ ବ୍ଲକ ବିଡିଓ ଭାବେ ବଦଳି କରାଯାଇଛି ।

ଲେଫ୍ରିପଡ଼ାରେ ବିଡିଓ ଥିବା ଓଏଏସ୍ ରମେଶ ହାଂସଦାଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଇ ଦିଆଯାଇଛି । ତାଙ୍କ ନୂଆ ନିଯୁକ୍ତି ଘୋଷଣା ହୋଇଛି । ସେହିପରି ବସୁନ୍ଧରା ଭିତିରିଆଙ୍କୁ କେନ୍ଦୁଝର ଡେପୁଟି କଲ୍ଟେକର ଭାବେ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଇଛି ।

ବିଡିଓ ଭାବେ କାର୍ଯ୍ୟ କରୁଥିବା ୧୨ଜଣ ଓଏଏସଙ୍କୁ ରାଜସ୍ୱ ବିଭାଗକୁ ଫେରସ୍ତ କରାଯାଇଛି ଓ ସେମାନଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ମିଳିଛି । ଓଏଏସ୍ ମନୀଷା ଦାସଙ୍କୁ କାଶୀନଗର ତହସିଲଦାର, ଭିକାରୀ ସାହୁଙ୍କୁ ନୟାଗଡ଼ ତହସିଲଦାର, ସନ୍ଧ୍ୟାଞ୍ଜଳି ମାଝୀଙ୍କୁ କାମାକ୍ଷାନଗର ତହସିଲଦାର, ଦୀପକ କୁମାର ଦାସଙ୍କୁ ବାଲିଆପାଳ ତହସିଲଦାର, ଆଶିଷ କୁମାର ଭୋଇଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅନୁସଚିବ, ସ୍ମିତା ରଥଙ୍କୁ ସ୍ପେଶାଲ ସାର୍ଟିଫିକେଟ୍ ଅଫିସର ଭାବେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଥିବାବେଳେ ରାହୁଲ ମଣ୍ଡଳଙ୍କୁ ଓୟୁଏଟି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର, ସନ୍ତୋଷ ସାହୁଙ୍କୁ ପୁରୁଷୋତ୍ତମପୁର ତହସିଲଦାର, ମାନସ ରଞ୍ଜନ ଭୋଇଙ୍କୁ ଟାଙ୍ଗୀ ତହସିଲଦାର, ପରୀକ୍ଷିତ ସାହୁଙ୍କୁ ପାଇକମାଳ ତହସିଲଦାର, ହୃଦରଞ୍ଜନ ସାହୁଙ୍କୁ ଖଇରାପୁଟ ତହସିଲଦାର ଓ ଦାଶରଥୀ ଜେନାଙ୍କୁ ତାଳଚେର ତହସିଲଦାର ଭାବେ ନିଯୁକ୍ତି ମିଳିଛି ।

Leave A Reply

Your email address will not be published.