ବରପାଲି ରେ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ

ବରପାଲି:ବରଗଡ- ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଓଡ଼ିଆ ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର କ୍ଲବ ବରପାଲିର ମିଳିତ ସହଯୋଗରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ଵଭାଵ କବି ଗଙ୍ଗାଧର ମେହେର ୧୬୨ ତମ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିଥିଲେ। ଏହି ଅବସରରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରପାଲି ନଗରପାଲ ଦୀନେଶ ଗହୀର, ବିଶିଷ୍ଟ ସାହିତ୍ୟିକ ମେଜର ଚିନ୍ତାମଣି ଭାରତୀ, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡଃ ଶୁକମୁନି ମେହେର, ସୁସାହିତ୍ୟିକ ଡଃ କୃଷ୍ଣକେଶବ ଷଡ଼ଙ୍ଗୀ ମେହେର ସାହିତ୍ୟ ଉପରେ ଆଲୋଚନା କରିଥିଲେ। ଗଙ୍ଗାଧର ମେହେର କ୍ଲବ ସଭାପତି ଡାକ୍ତର ଘନଶ୍ୟାମ ପାଣିଗ୍ରାହୀ ସଭାରେ ସଭାପତିତ୍ବ କରିଥିଲେ।

Leave A Reply

Your email address will not be published.