ହର ଘର ତ୍ରିରଙ୍ଗା ଅଭିଯାନ

ବରଗଡ଼-ସାରା ଦେଶ ସ୍ୱାଧୀନତା ର 75 ବର୍ଷ ପୂର୍ତ୍ତିର ଉତ୍ସବ ମନାଉଥିବା ବେଳେ ବରଗଡ଼ର ଏକ ଆଗ୍ରଣୀ ବ୍ୟବସାୟିକ ଅନୁଷ୍ଠାନ ଲଷ୍ମୀ ସେଲ୍ସ & ସର୍ଭିସ ପ୍ରା: ଲି:, ଟାଟା ମୋଟର ତରଫରୁ ସେଠାରେ କାର୍ଯ୍ୟରତ ସମସ୍ତଙ୍କୁ କୋଭିଡ ଭେକସିନ ଦେବା ସହିତ ହର ଘର ତ୍ରିରଙ୍ଗା ଅଭିଯାନକୁ ସଫଳତାର ସହିତ ପୂର୍ଣ୍ଣ କରିବା ପାଇଁ ନିଜ ଘର ମାନଙ୍କରେ ଲଗେଇବା ପାଇଁ ସମସ୍ତଙ୍କୁ ଜାତୀୟ ପତାକା ବିତରଣର କାର୍ଯ୍ୟକ୍ରମ କରା ଯାଇଛି | ଉକ୍ତ ଅନୁଷ୍ଠାନ ର ଅଧ୍ୟକ୍ଷ ତଥା ପ୍ରକୃତି ପ୍ରେମୀ ଶ୍ରୀ ରବୀନ୍ଦ୍ର କୁମାର ଅଗ୍ରୱାଲ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା | ଏହି ଅବସରରେ ନିକଟସ୍ଥ ସ୍କୁଲରେ ପରିବେଶ ସୁରକ୍ଷା ମୋଡେଲର ଏକ ପ୍ରତିଯୋଗିତା କରିବାର ସ୍ଥିରୀକୃତ ହୋଇଛି |

Leave A Reply

Your email address will not be published.