+୨ ବାଣିଜ୍ୟ ରେ ଟପ୍ପର ବଣ୍ଡା ଘାଟି ଝିଅ କରମା ମୁଦୁଲି କୁ ଟିମ୍ ୱି ଇ କେନ୍ ଗ୍ରୁଫ୍ ପୋକ୍ଷ ରୁ ସମ୍ବର୍ଦ୍ଧନା

ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡ। ଘାଟି ର ଝିଅ +୨ବାଣିଜ୍ୟ ପରୀକ୍ଷା ରେ ଜିଲ୍ଲା ଟପ୍ପର ହେଇଛନ୍ତି । ଅଭାବ ଅନଟନରୁ ପାଠ ପଢ଼ି ସେ ଏବେ ଜିଲ୍ଲା ର ତଥା ରାଜ୍ୟ ର ଚର୍ଚ୍ଚା ସାଉଁଟିଛନ୍ତି । ଗୋବିନ୍ଦପାଲି ଅନୁସୂଚିତ ଜାତି ଓ ଜନଜାତି ମହାବିଦ୍ୟାଳୟ ରେ ଅଧ୍ୟୟନ କରିଥିଲେ । ଏହି ସଫଳତା ପରେ କରମା ମୁଦୁଲି ଙ୍କୁ ଜିଲ୍ଲା ଓ ରାଜ୍ୟ ର ବିଭିନ୍ନ ଅନୁଷ୍ଠାନ ପକ୍ଷ ରୁ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା । ସେପରି ସମାଜ ସେବୀ ସଂଗଠନ ଟିମ୍ ୱି ଇ କେନ୍ ଗ୍ରୁପ୍ ପକ୍ଷ ରୁ ଆୟୋଜିତ ସମ୍ବର୍ଧନା ଜ୍ଞାପନ ଉତ୍ସବ ମାଲକାନଗିରି ମହିଳା ମହାବିଦ୍ୟାଳୟ ଅନୁଷ୍ଟିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଏସପି ନୀତେଶ ୱାଧୱାନୀ ଯୋଗଦେଇ ଟପ୍ପର କରମା ମୁଦୁଲି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମହିଳା ମହବିଦ୍ୟାଳୟର ଅଧକ୍ଷ ଦୁଷ୍ମନ୍ତ କୁମାର ଜେନା ଙ୍କ ଅଧକ୍ଷ ତା ରେ ଏହି ସଭା ଆୟୋଜନ କରାଯାଇଥିଲା । ଟିମ୍ ୱି ଇ କେନ୍ ଗ୍ରୁପ୍ ପକ୍ଷ ରୁ ୫ ହଜାର ଟଙ୍କା ନଗଦ ରାଶି ସହ ସମ୍ୱର୍ଦ୍ଧନା ଦିଆଯାଇଛି। ମାଲକାନଗିରି ମହିଳା ମହାବିଦ୍ୟାଳୟ ର +୨ କଳା ପରୀକ୍ଷା ରେ ନିଜ କଲେଜ ଟପ୍ପର ଅମିତା ବୈରାଗୀ ଙ୍କୁ ମଧ୍ୟ ମୁଖ୍ୟ ଅତିଥି ଦ୍ଵାରା ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା ଏବଂଅମିତା ଙ୍କ +୩ ତିନି ବର୍ଷ ଯାଏଁ ପାଠ ପଢା ପାଇଁ ଯାହା ଖର୍ଚ୍ଚ ହେବ ମହିଳା ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ମିଶି ଏହା ବହନ କରିବେ ବୋଲି ଘୋଷଣା କରିଥିଲେ।ପରେ ମୁଖ୍ୟ ଅତିଥି ଏସପି ନୀତେଶ ୱାଧ୍ ୱାନୀ ଓ ଟିମ୍ ୱି ଇ କେନ୍ ଗ୍ରୁପ୍ , ଅଧ୍ୟାପକ ଓ କଲେଜ ଛାତ୍ରୀଙ୍କ ଦ୍ଵାରା କଲେଜ ପରିସରରେ ବୃକ୍ଷ ରୋପୋଣ କରାଯାଇଥିଲା । ଏହି ଅବସରରେ ଅମରେଶ ମାହୁନ୍ତ,ରାମ କୃଷ୍ଣ ଭଞ୍ଜ,ସୁଧୀର କୁମାର ଜେନା,ଅମରେନ୍ଦ୍ର ଦାସ,ରତନ ବଣିକ,ସୁଜିତ୍ ପାଣିଗ୍ରାହୀ,ଅଜିତ ପାଣିଗ୍ରାହୀ,ମାନସ ସୁନା ପ୍ରମୁଖ ଟିମ୍ ୱି ଇ କେନ୍ ଗ୍ରୁପ୍ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.