ମହାନଦୀରେ ବନ୍ୟାଜଳ ପ୍ରଭାହିତା, ଏକର ଏକର ଚାଷଜମି ଜଳମଗ୍ନ, ବନ୍ୟାରେ ୨ ଗାଁ ଜଳବନ୍ଦୀ ଲୋକେ ଆତଙ୍କିତ

ହରଭଙ୍ଗା :୧୩/୦୮ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଂଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଥିବା ସତ୍ୱେ ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କରିବାରୁ ୨୮ ଟି ଗେଟ ଖୋଲାଯାଇ ହିରାକୁଦ ଡେମ୍ ରୁ ଜଳ ନିଷ୍କାସନ କରାଯିବାରୁ ତଳିଆ ଅଂଚଳ ଯଥା -ବୌଦ୍ଧ ଜିଲ୍ଲାର ହରଭଙ୍ଗା, ଧଳପୁର, ପାଣିଘରା, ଅତଲସରା, କୁମାରୀ, ମାରଡ଼ା, ତୀରଡ଼, ଭେଜିଗୋରା, ରାମଗଡ, କୁଡାସିଙ୍ଗା, ଆଦି ୩୧ଟି ନଦୀ କୁଳିଆ ଗାଁର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।ବର୍ତମାନ ବର୍ଷା ଲାଗିରହିଥିବାରୁ ଏବଂ ବନ୍ୟାଜଳ ପ୍ରବଳ ବେଗରେ ଆସି ଏକର ଏକର ଚାଷ ଜମି ଜଳମଗ୍ନ କରିଛି।ବନ୍ୟା ଯୋଗୁଁ ପାଣିଘରା ଓ ମାରଡ଼ା ଗାଁ ଜଳବନ୍ଦୀ ହୋଇପଡିଛି।ଆଜି ହରଭଙ୍ଗା ବ୍ଲକରେ ୭୩ମି.ମି ବର୍ଷା ହୋଇଥିବା ଜଣାପଡିଛି।ଲଗାଣ ବର୍ଷା ଯୋଗୁଁ ହରଭଙ୍ଗା ଥାନାର କର୍ମଚାରୀଙ୍କ ବାସଭବନର ପାଚେରୀ ଭାଙ୍ଗି ଯାଇଛି।ବନ୍ୟା ଯୋଗୁଁ ମାରାଡ଼ି ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ବୌଦ୍ଧ ପୂର୍ତ୍ତବିଭାଗର ହରଭଙ୍ଗା -ଛତ୍ରଙ୍ଗ ରାସ୍ତା ଓ ଫୁଲବାଣୀ -ଟିକରପଡାରେ ଥିବା ଶଗଡ଼ିଆ ସେତୁ ଉପରେ ବନ୍ୟା ଜଳ ପ୍ରଭାହିତ ହେଉଛି।ସେହିପରି ହାରଭଙ୍ଗା -ବୌଦ୍ଧ ଜଗନ୍ନାଥ ସଡ଼କ ଧଳପୁର ଠାରେ ବନ୍ୟାଜଳ ପ୍ରଭାହିତ ହେବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଛି!

Leave A Reply

Your email address will not be published.