mobile header

ମାନସ ହତ୍ୟାକାଣ୍ଡ :ଗିରଫ ଓଆଇଏସ୍ ଅଧିକାରୀ ବେଶ୍ ପ୍ରଭାବଶାଳୀ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଆଜି ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ଅଧିକାରୀ ନିରଞ୍ଜନ ସେଠୀଙ୍କୁ ଗିରଫ କରାଯାଇଛି | ଏହି ହତ୍ୟାକାଣ୍ଡରେ ନିରଞ୍ଜନଙ୍କ ସକ୍ରିୟ ଭୂମିକା ଥିବାବେଳେ ସେ ମାନସ ସ୍ବାଇଁଙ୍କୁ ମାଡ଼ ମାରିବା ଓ ନିର୍ଯାତନା ଦେବା ଘଟଣା ସହ ଜଡ଼ିତ ଥିଲେ ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହାଛଡ଼ା ସେ ହତ୍ୟା ଯୋଜନା କରିବାରେ ସାମିଲ ଥିଲେ। କେବଳ ହତ୍ୟା ନୁହେଁ ମୃତଦେହ ନଷ୍ଟ କରିବାରେ ମଧ୍ୟ ନିରଞ୍ଜନ ସକ୍ରିୟ ଭୂମିକା ନିର୍ବାହ କରିଥିଲେ ବୋଲି ଭଦ୍ରକ ପୁଲିସ୍ ଏକ ପ୍ରେସ କନଫରେନ୍ସ କରି ସ୍ପଷ୍ଟ କରିଛି। ତାଙ୍କ ଗିରଫଦାରୀ ସଂପର୍କରେ ମଧ୍ୟ ସୂଚନା ଦିଆଯାଇଛି।

ନିରଞ୍ଜନ ସେଠୀ କିଏ?
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ପଦବିରେ କାର୍ଯ୍ୟ କରି ଗତମାସରେ ଅବସର ନେଇଥିଲେ ନିରଞ୍ଜନ ସେଠୀ । ଶ୍ରୀ ସେଠୀ ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ସମୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ, ବିଭିନ୍ନ ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଉତ୍ତରାଞ୍ଚଳ ଉପନିର୍ଦ୍ଦେଶକ ଓ ବିଭାଗର ସବୁ ଶାଖାରେ ଶାଖା ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ|

ଗତ ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ସୁପାରିସ୍‌ କ୍ରମେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ମିଡିଆ ମ୍ୟାନେଜ୍‌ମେଣ୍ଟ୍‌ ଓ ସୋସିଆଲ୍‌ ମିଡିଆର ନୋଡାଲ୍‌ ଅଫିସର୍‌ ଭାବେ କାର୍ଯ୍ୟ କରିଥିଲେ। ଶ୍ରୀ ସେଠୀ ଅନୁଗୋଳ ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ସମୟରେ ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ଲୋକସଂପର୍କ ଅଧିକାରୀ, ସୂଚନା ଓ ଲୋକସଂପର୍କ ବିଭାଗର ବିଭିନ୍ନ ଶାଖାରେ ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ଓ ଅତିରିକ୍ତ ନିର୍ଦ୍ଦେଶକ ଓ ଶେଷରେ ୨୦୨୦ ମସିହାରେ ବୈଷୟିକ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ।

Leave A Reply

Your email address will not be published.