ବନ୍ୟା ପରିସ୍ଥିତି ଗମ୍ଭୀର :୨୦ଟି ଗାଁ ପାଣି ଘେରରେ, ହରଭଙ୍ଗା -ବୌଦ୍ଧ ଯୋଗାଯୋଗ ବିଚ୍ଛିନ୍ନ, ଚାଷଜମି ଜଳମଗ୍ନ

ମହାନଦୀ ରାମଗଡ ଠାରେ କୁମ୍ଭୀର ଆତଙ୍କ

ବୌଦ୍ଧ :୧୪/୦୮ ସଂପ୍ରତି ଲଘୁଚାପ ଜନିତ ବର୍ଷା ଜାରିରହିଥିବା ବେଳେ, ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ ଖୋଲାଯାଇ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ କରାଯିବାରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୨୦ରୁ ଉର୍ଦ୍ଧ ଗ୍ରାମ ପାଣିଘେରରେ ଅଛି। ଯଥା -ମାରଡ଼ା, ପାଣିଘରା,ଭେଜିଗୋଡା, ସୁରୁଣ୍ଡି, ହରଭଙ୍ଗା, ଧଳପୁର, ଖଣ୍ଡି ଧଳପୁର, ଉଆଁଳ, ଝରାସାହି, କୁଡାସିଙ୍ଗା, ସଦଳଗଣ୍ଡା, ତେନ୍ତୁଳିପଦର, ସାକୁସିଙ୍ଗା, ତୀରଡ଼, ଆଦି ଗ୍ରାମ ପାଣି ଘେର ମଧ୍ୟରେ ଅଛି। ସହ-ସହ ହେକ୍ଟର ଚାଷଜମି ଜଳମଗ୍ନ ହୋଇପଡିଛି। ସେହିପରି ହରଭଙ୍ଗା-ବୌଦ୍ଧ ଜଗନ୍ନାଥ ସଡ଼କ ଉପରେ ୫ଫୁଟ ବନ୍ୟାଜଳ ପ୍ରଭାହିତ ହେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ବୌଦ୍ଧ ପୂର୍ତ୍ତ ବିଭାଗର ଫୁଲବାଣୀ-ଟିକରପଡା ରାସ୍ତାର ଉଦଣ୍ଡି’ନାଳ ଉପରେ ୮ଫୁଟ ର ବନ୍ୟାଜଳ ପ୍ରଭାହିତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଲଗାଣ ବର୍ଷା ଯୋଗୁଁ ବହୁ କଚ୍ଚାଘର ଭାଙ୍ଗି ଯାଇଥିବା ଜଣାପଡିଛି। ବର୍ଷା ଓ ବନ୍ୟା ଯୋଗୁଁ ଦିନ ମଜୁରିଆ ମାନେ କାମ ଧନ୍ଦା ନପାଇ ଘରେ ବସିରହିଛନ୍ତି । ମହାନଦୀର ବନ୍ୟାଜଳ ବୃଦ୍ଧି ପାଉଥିବାରୁ ନଦୀକୁଳିଆ ବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନ୍ୟାଜଳ ବୃଦ୍ଧି ପାଉଥିବାରୁ ନଦୀକୁଳିଆ ବାସୀଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଉଛି। ପାଣିଘେରରେ ଥିବା ବିପନ୍ନ ମାନଙ୍କୁ ଉଦ୍ଧାର କାର୍ଯ୍ୟ ସହିତ ରିଲିଫ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନ ତରଫରୁ କର୍ମଚାରୀଙ୍କୁ ଅଞ୍ଚଳ ବୁଲି ପଦକ୍ଷେପ ନେବାପାଇଁ ହରଭଙ୍ଗା ବିଡିଓ ସ୍ମିତା ରଥ ପ୍ରକାଶ କରିଛନ୍ତି। ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ବିଡିଓ ପ୍ରକାଶ କରିଛନ୍ତି। ଧଳପୁର ଠାରେ ବନ୍ୟାରେ ଭାସିଯାଇ ଏକ ଗାଈର ମୃତ୍ୟୁ ହେଇଥିବା ବେଳେ ରାମଗଡ ମହାନଦୀ କୂଳରେ ଏକ 15ରୁ 18ଫୁଟ ର ଲମ୍ବ ଘଡ଼ିଆଳ କୁମ୍ଭୀର ଗାଁ ମୁଁହା ହେଉଛି। ଏହାକୁ ଦେଖୁ ଲୋକେ ଆତଙ୍କିତ ହେଉଛନ୍ତି। ଏହି କୁମ୍ଭୀର ଟି ଆଜି ସକାଳୁ ନିର୍ଦ୍ଧିଷ୍ଟ ରାମଗଗଡ ଡ଼ଙ୍ଗା ଘାଟ ଠାରୁ ବାହାରି ବନ୍ୟା ଜଳ ଗାଁ ମୁଁହା ହେଉଥିବା ସ୍ଥାନରେ ଘୁରି ବୁଲୁଛି।

Leave A Reply

Your email address will not be published.