xmas

ପ୍ରେସ କ୍ଳବରେ ୭୬ ତମ ସ୍ୱାଧୀନତା ଦିଵସ ପାଳିତ

ଫୁଲବାଣୀ -୧୫/୦୮ ଜିଲ୍ଲା ପ୍ରେସ କ୍ଳବରେ ୭୬ ତମ ସ୍ୱାଧୀନତା ଦିଵସ ମହାସମାରୋହ ରେ ପାଳିତ ହୋଇଥିଲା l ଏହି ଅବସରରେ ପ୍ରେସ କ୍ଳବ ସଭାପତି ସୁନୀଲ ପଟନାୟକ ପ୍ରେସ କ୍ଳବ ଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶକୁ ସ୍ୱାଧୀନତା ଆଣିବାରେ ଯେଉଁ ମହାପୁରୁଷ ମାନେ ପ୍ରାଣ ବଳି ଦେଇଥିଲେ ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l କଷ୍ଟ ଲବ୍ଧ ସ୍ୱାଧୀନତା ଓ ଦେଶ ର ଏକତା, ଅଖଣ୍ଡତା କୁ ଅତୁଟ ରଖିବା କୁ ଆହ୍ୱାନ ଦେଇଥିଲେ l ଏହା ପରେ ସର୍ତ୍ତାଗୁଡା ଠାରେ ପ୍ରେସ କ୍ଳବର ପ୍ରସ୍ତାବିତ କମ୍ୟୁନିଟି ସେଣ୍ଟର ଠାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଥିଲା l ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ପ୍ରଶାନ୍ତ ବେହେରା, ଉପସଭାପତି ସତ୍ୟ ବେହେରା, ଅଶୋକ ମହାନ୍ତି, ସୂର୍ଯ୍ୟ ବେହେରା, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗଲ, ଶିବ ରାମ ନାୟକ, ଶିବ ପ୍ରସାଦ ନାୟକ, ସହ ସମ୍ପାଦକ ରମେଶ ପ୍ରଧାନ, ଶିବାନୀ ସୁଅlର, ପ୍ରଶାନ୍ତ ଜେନା, ସନ୍ତୋଷ ବେହେରା, ବୀରେନ୍ଦ୍ର ସୁବୁଦ୍ଧି, କାହ୍ନ।ପଟନାୟକ, କାହ୍ନ। ଦିଗଲ, ସୁଧୀର ମହାରଣା, ଆଦିତ୍ୟ ତ୍ରିପାଠୀ, ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.