xmas

ଲଗାଣ ବର୍ଷା ଜାରୀ:କନ୍ଧମାଳ ବେହାଲ

ଫୁଲବାଣୀ -15/08 ଆଜି ମଧ୍ୟ-ଫୁଲବାଣୀ ସମେତ କନ୍ଧମାଳ ଜ଼ିଲ୍ଲାରେ ଲଗାଣ ବର୍ଷାଜାରୀ ରହିଛି l ଫଳରେ କନ୍ଧମାଳ ବେହାଲ ହୋଇପଡିଛି l
ଜିଲ୍ଲାରେ ଥିବା ବିଭିନ୍ନ ନଦୀର ଜଳ-ସ୍ତର ବଢ଼ିବାରେ ଲାଗିଛି l ଫୁଲବାଣୀ ସହର ଦେଇ ବୋହି ଯାଇଥିବା ପିଲା ସଲୁଙ୍କି ନଦୀରେ ବନ୍ୟା ପାଣି ଆସିବା ଯୋଗୁଁ ଗତ କାଲି ଓ ଆଜି ମଧ୍ୟ ଡାକପାଲା ପୋଲ ଉପରେ ଦୁଇ ତିନି ଫୁଟ ଉଚରେ ପାଣି ଚାଲୁଥିବା ଯୋଗୁଁ ନଦୀଖଣ୍ଡି ସାହି ଓ ଡାକପାଲା ବିଚ୍ଛିନ୍ନ ହୋଇଛି l ଲଗାଣ ବର୍ଷା ଯୋଗୁଁ ଫୁଲବାଣୀ ସହର ରାସ୍ତାରେ ମଧ୍ୟ ବର୍ଷl ପାଣି ଚାଲିବାର ଦେଖିବାକୁ ମିଳିଛି l ଫୁଲବାଣୀ ର ମାଷ୍ଟ୍ର ପଡା, ନଦୀଖଣ୍ଡି, ପ୍ରକୃତି ବିହାର, ପିଅନ ପଦା ତଳି ଅଂଚଳ ଆଦି ବିଭିନ୍ନ ସାହିରେ କେଉଁଠି କେଉଁଠି ଘରେ ମଧ୍ୟ ପାଣି ପଶିବାର ଦେଖିବାକୁ ମିଳିଛି l ବର୍ତମାନ ସୁଦ୍ଧା ଜ଼ିଲ୍ଲାରେ ବିଭିନ୍ନ ବ୍ଲକ ରେ ୭୧ ଟି କଚା ଘରର କାଂଥ ଭୁଶୁଡି ପଡିଥିବାରୁ ପ୍ରଶାସନ ପକ୍ଷରୁ ପଲିଥିନ ଯୋଗାଇଦିଆଯାଇଛି l ଆଜି ଜିଲାର କ. ନୂଆଗାଁ ବ୍ଲକରେ ସର୍ବାଧିକ ୨୩୫ .୬ ମିମି ବର୍ଷା ହୋଇଥିବାବେଳେ, ବାଲିଗୁଡା ୨୧୨ ମିମି, ଚକାପାଦ ୧୬0 ମିମି, ଫିରିଙ୍ଗିଆରେ ୧୭୯.୫ ମିମି, କୋଟଗଡ଼ ଶହେ ବୟାଳିଶ, ଟିକାବାଲି ଶହେ ଅଠଚାଳିଶ, ରାଇକିଆ ଶହେ ସତର ମିମି ଓ ଫୁଲବାଣୀ ଶହେ ପାଞ୍ଚ ମିମି ବର୍ଷା ହୋଇଥିବାବେଳେ ଅନ୍ୟ ସବୁ ସ୍ଥାନରେ କମ ପରିମାଣ ବର୍ଷା ହୋଇଥିବା ରେକର୍ଡ କରାଯାଇଛି l ଜିଲାରେ ହାର-ହାରି ୧୩୨ ମିମି ବର୍ଷା ହୋଇଥିବା ପ୍ରଶାସନ ସୂଚନା ଦେଇଛି l ବନ୍ୟା ଉପରେ ପ୍ରସାଶନ ସତର୍କ ଦ୍ରୁଷ୍ଟି ରଖିଛିl ଆବଶ୍ୟକ ସ୍ଥଳେ ପାଣି ଘେରରେ ଥିବା ଲୋକଙ୍କୁ ମାଗଣାରନ୍ଧା ଖାଦ୍ୟ ଦେବା ରବ୍ୟବସ୍ଥା କରାଯାଇଛିl ପ୍ରତି ବ୍ଲକ ଓ ତହସିଲ ଅଂଚଳ ରେ କଣ୍ଟ୍ରୋଲ ରୁମ ଖୋଲା ଯାଇ ଥିବା ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ କହିଛନ୍ତି l

Leave A Reply

Your email address will not be published.