xmas

ଆଖିଲ ଭାରତୀୟ ମହିଳା ସମ୍ବିଳନ ଦେବଗଡ଼ ଶାଖା ପକ୍ଷରୁ ସ୍ବାଧୀନତା ଦିବସ ପାଳନ ।

ଦେବଗଡ଼ ୧୫/୮: ସ୍ବାଧୀନତା ର ୭୫ ବର୍ଷ ପୂର୍ତ୍ତି ତଥା ପବିତ୍ର ସ୍ବାଧୀନତା ଦିବସ ଅବସରରେ ଆଖିଳ ଭାରତୀୟ ସମ୍ବିଳନ ,ଦେବଗଡ଼ ଶାଖା ପକ୍ଷରୁ ଉତ୍ସାହ ଉଦିପନା ସହ ପାଳିତ ହୋଇ ଯାଇଛି । ସ୍ଥାନୀୟ ମାରୱାଡି ଧର୍ମଶାଳାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଉତ୍ସବ ରେ ସଦସ୍ୟା ମାନେ ଯୋଗ ଦେଇ ଜାତୀୟ ପତାକା କୁ ସଲାମୀ ଦେବା ସହ ସମୂହ ଜାତୀୟ ସଙ୍ଗୀତ ବୋଲି ଥିଲେ । ପରେ ଉପସ୍ଥିତ ଜନତାକୁ ମିଷ୍ଠାନ ବଣ୍ଟନ କରିଥିଲେ । ଦେବଗଡ଼ ଶାଖାର ସଭାପତି କବିତା ଗୋଏଲଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପ ସଭାପତି କିରଣ ଅଗ୍ରୱାଲ, ସମ୍ପାଦକ ଅନିତା ଅଗ୍ରୱାଲ , ସରିତା ସମାନୀ, ଶିଖା ଅଗ୍ରୱାଲ, ନୈନା ଅଗ୍ରୱାଲ, ସୋନି ମିତଲ , ବବଲି ମିତଲ , ଅମ୍ବିକା ସମାନୀ ପ୍ରମୁଖ ଯୋଗ ଦେଇ ଅତୀତର ସେହି ବୀର ମାନଙ୍କ ବଳିଦାନକୁ ମନେ ପକାଇବା ସହ ଏକ ସୁସ୍ଥ ଏବଂ ସମୃଦ୍ଧଶାଳୀ ରାଷ୍ଟ୍ର ଗଠନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ।

Leave A Reply

Your email address will not be published.