xmas

ସ୍ୱାଧୀନତା ଦିବସରେ ନ୍ୟାୟ ପାଈଁ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଆମରଣ ଅନଶନ

ଫୁଲବାଣୀ -15/08 ଦେଶ ୭୫ ତମ ସ୍ୱାଧୀନତାର ଅମୃତ ମହୋତ୍ସବ ବେଶ ଧୁମ ଧାମ ରେ ମନାଉଥିବାବେଳେ ଆଜି ସ୍ୱାଧୀନତା ଦିବସରେ ପ୍ରଦୀପ ପଟନାୟକ ନାମକ ଜଣେ ସେନା କର୍ମଚାରୀ ନ୍ୟାୟ ଦାବୀ କରି ଫୁଲବାଣୀ ଜିଲାପାଳଙ୍କ ସମ୍ମୁଖରେ ଆମରଣ ଅନଶନ ରେ ବସିଛନ୍ତି l ତାଙ୍କୁ ନ୍ୟାୟ ନ ମିଳିବା ଯାଏ ସେ ଏପରି ବସିଥିବେ ବୋଲି କହିଛନ୍ତି l ତାଙ୍କର କେହି ଜଣେ ଭାଇ କୁଆଡେ ସବୁ ସମ୍ପତ୍ତିକୁ ଚଞ୍ଚ କତା କରି ନିଜ ନାମରେ କରିଥିବା ପ୍ରଦୀପ ବ୍ୟାନର ରେ ଉଲ୍ଲେଖ କରିଛନ୍ତିl ସମସ୍ୟା ର ଆପୋଷ ସମାଧାନ ପାଈଁ ଚେଷ୍ଟା କରି ଶେଷରେ ପ୍ରତାରଣା ଓ ହିଂସାର ଶିକାର ହୋଇଥିବା କହିଛନ୍ତି l ଗତ ପାଞ୍ଚ ବର୍ଷ ହେଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ବି ତାଙ୍କୁ କୁଆଡେ ନ୍ୟାୟ ମିଳିନଥିଲା ଫଳରେ ସେ ବାଧ୍ୟ ହୋଇ ଅନ୍ୟ ଉପାୟ ନ ପାଇ ଆଜିଠୁ ଆମରଣ ଅନଶନ ଆରମ୍ଭ କରିବା ସହ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି l ତେଵେ ଜୀବନକୁ ବାଜି ଲଗାଇ ଦେଶ ପାଈଁ ଲଢ଼ି ଅବସର ଗ୍ରହଣ କରିଥିବା ସେନା କର୍ମଚାରୀଙ୍କୁ ପ୍ରଶାସନ ଓ ପୋଲିସ କିଭଳି ନ୍ୟାୟ ପ୍ରଦାନ କରୁଛନ୍ତି ତାହା ଦେଖିବାର କଥା l ଏ ନେଇ ପ୍ରଦୀପଙ୍କ ପରିବାର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

Leave A Reply

Your email address will not be published.