xmas

ଏମ ଭି ୭୯ ଷ୍ଟେଟବ୍ୟାଙ୍କରେ ଜାତୀୟ ପତାକାକୁ ଅସମ୍ମାନ

କାଲିମେଳା:ତା୧୫/୮ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ଗ୍ରାମ ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିସରରେ ୫ ଫୁଟ ଉଚ୍ଚତା ବିଶିଷ୍ଟ ରୋଡ଼ରେ ତଲୁଆ ହୋଇ ଝୁଲିଛି ଜାତୀୟ ପତାକା। ଯାହାକୁ ନେଇ ଏମଭି ୭୯ ସ୍ଥାନୀୟ ଲୋକେ କଲେ ବିରୋଧ। କମ ଉଚତା ଛୋଟ ପତାକା ଝୁଲାଇ ପତାକା ଉତ୍ତୋଳନ କରିବା ବେଳେ ଲୋକଙ୍କ ହାବୁଡରେ ପଡିଲେ ବ୍ୟାଙ୍କ କର୍ମଚାରୀ। ଜାତୀୟ ପତାକାକୁ ଅସମ୍ମାନ କରିବା ନେଇ ବିରୋଧ କଲେ ଏମଭି ୭୯ ଲୋକେ। ୫ ଫୁଟର ବାଡ଼ିରେ ଝୁଲାଇବା ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା। ସ୍ଥାନୀୟ ଜନସାଧାରଣ ଦୃଢ଼ ପ୍ରତିବାଦ କରିବା ସହ ଏମ ଭି ୭୯ ପୋଲିସଙ୍କୁ ସୂଚନା ଦେବାରୁ ପୋଲିସ ଆସି ଏହାକୁ ନିନ୍ଦା କରିବା ସହ ସଂଶୋଧନ କରି ଉଚ କରାଯାଇ ପତାକା ଉତ୍ତୋଳନ କରାଯାଇଥିଲା ।

Leave A Reply

Your email address will not be published.