xmas

ବିଜେଡ଼ି କର୍ମୀ ଓ ବିଧାୟକ ଧସ୍ତାଧସ୍ତି, ସ୍ୱାଧୀନତା ଦିବସ ପାଳନ ବେଳେ ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ

ସ୍ୱାଧୀନତା ଦିବସ ପାଳନ ବେଳେ ନିଜ ନିର୍ବାଚନ ମଣ୍ଡଳୀରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ । ପତାକା ଉତୋଳନ କରିବାକୁ ଯାଉଥିବା ବେଳେ କମଳାପୁର ଗାଁରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ ବିଜେଡି କର୍ମୀ । ବିଧାୟକଙ୍କ ଗାଡି ଆଗରେ ନାରାବାଜି ଦେଇଥିଲେ । ଫଳରେ ତାଙ୍କ ଗାଡି ଆଗକୁ ଯାଇପାରିନଥିଲା । ବିଧାୟକ ନିଜେ ଗାଡିରୁ ଓହ୍ଲାଇ ବିଜେଡ଼ି କର୍ମୀଙ୍କୁ ଧକ୍କା ମାରି ରାସ୍ତାରୁ ହଟେଇବା ପାଇଁ ଚେଷ୍ଟା କରିଥିଲେ । ବେଶ କିଛି ସମୟ ପାଇଁ କମଳାପୁର ଗାଁରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ଉପସ୍ଥିତିରେ ବିଧାୟକ ଓ ତାଙ୍କ ସମର୍ଥକମାନେ ବିଜେଡି କର୍ମୀଙ୍କ ସହ ଧସ୍ତାଧସ୍ତି ହୋଇଥିଲେ ।

Leave A Reply

Your email address will not be published.