xmas

ବୋଫର୍ସ ଠାରୁ ଭଲ ଆମ ଦେଶୀ ତୋପ, ଲାଲ କିଲ୍ଲାରେ ପ୍ରଥମ ଥର ଜଣାଇଲା ସଲାମୀ

ସ୍ୱାଧୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀର ଅମୃତ ମହୋତ୍ସବ ପାଳୁଛି ଭାରତ । ଚଳିତ ବର୍ଷ ଲାଲ କିଲ୍ଲାରେ ସ୍ୱାଧୀନତା ଦିବସ ଅବସରେ ରାଷ୍ଟ୍ରୀୟ ସଲାମୀ ଜଣାଇଛି ଭାରତ ତିଆରି ବା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତୋପ । ଏହି ସ୍ୱତନ୍ତ୍ର ଉତ୍ସବ ପାଇଁ ପ୍ରତ୍ୟେକ ଦିନ ଏହି ତୋପ ସକାଳୁ ସକାଳୁ ଅଭ୍ୟାସ କରାଯାଇଥିଲା । ତୋପ ଉପରେ ନଜର ରଖିବା ପାଇଁ କିଲ୍ଲା ପରିସରରେ ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ ମଧ୍ୟ କରାଯାଇଥିଲା

ସୋମବାର ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇଥିଲେ ସେତେବେଳେ ୨୧ ତୋପର ସଲାମୀ ଦିଆଯାଇଥିଲା । ଏଥେରେ ସ୍ୱଦେଶୀ ତୋପ ସାମିଲ ରହିଥିଲା ଯାହା ବିଶ୍ୱର ଅନେକ ତୋପଠାରୁ ଅନେକ ଗୁଣରେ ଭଲ । ଅନେକ ଦୂର ପର୍ଯ୍ୟନ୍ତ ଏହା ଶତ୍ରୁକୁ ଧ୍ୱଂସ କରିଥାଏ । ଏହି ତୋପକୁ ଡିଆରଡିଓ ପ୍ରସ୍ତୁତ କରିଛି । ଏଥିପାଇଁ ଡିଆରଡିଓ ସ୍ୱଦେଶୀ ହଁବିଞ୍ଜର ଗନର ବ୍ୟବହାର କରିଛି ଯାହାକୁ ଏଡିଏସିଏସ କୁହାଯାଇଥାଏ ।

ଡିଆରଡିଓ ଏହି ତୋପ ବହୁତ ଶକ୍ତିଶାଳୀ । ଏହା ବିଯୁକ୍ତ ୩୦ ଡିଗ୍ରୀ ଥଣ୍ଡାରୁ ନେଇ ୭୫ ଡିଗ୍ରୀ ତାପମାତ୍ରାର ଗରମରେ ମଧ୍ୟ ଶତ୍ରୁର ଠିକଣାକୁ ଧ୍ୱଂସ କରିବାରେ ସକ୍ଷମ । ଏହା ୪୮ କିଲୋ ମିଟର ପରିସୀମା ଭିତରେ ଶତ୍ରୁକୁ ନଷ୍ଟ କରିଥାଏ । ୧୫୫ ଏମଏମ କ୍ୟାଲିବର ଏହି ତୋପରୁ ୧୫୫ ଏମଏମର ଗୋଳା ଛଡାଯାଇ ଶତ୍ରରୁ ହୋସ ଉଡାଯାଇପାରିବ ।

ଯଦି ଏହାର ତୁଳନା ବୋଫର୍ସ ସହ କରାଯାଏ ତେବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ତୋପ ଅନେକ ଦୃଷ୍ଟିରୁ ଆଗରେ ରହିବ । ବୋଫର୍ସର ରେଞ୍ଜ ୩୨ କିଲୋମିଟର ଥିବା ବେଳେ ସ୍ୱଦେଶୀ ତୋପର ରେଞ୍ଜ ୪୮ କିମି । ବୋଫର୍ସ ଗୋଟିଏ ମିନିଟରେ ତିନି ରାଉଣ୍ଡ ଫାୟାର କରିବାଲେ ସକ୍ଷମ ହୋଇଥିବା ବେଳେ ଡିଆରଡିଓର ଏହି ତୋପ ଗୋଟିଏ ମିନିଟରେ ୫ ରାଉଣ୍ଡ ଫାୟାର କରିପାରେ ।

ତେବେ ଖାସ କଥା ହେଉଛି, ଏହା ରାତିରେ ମଧ୍ୟ ସଠିକ ଟାର୍ଗେଟ କରିପାରେ । ରାତିରେ ଏହି ତୋପ ସଠିକ ନିଶାନା ଲଗାଇପାରିବ ସେଥିପାଇଁ ଏଥିରେ ଥର୍ମଲ ସାଇଟ ସିଷ୍ଟମ ଲଗାଯାଇଛି । ଏହା ଦ୍ୱାରା ଉଭୟ ଦିନ ଓ ରାତିରେ ସଠିକ ନିଶାନା ଲଗାଇଥାଏ ଏହି ତୋପ । ୮୦୬୦ ବ୍ୟାରେଲ ଲମ୍ବ ଏହି ତୋପ ଯୁଦ୍ଧ ସମୟରେ ଉଚ୍ଚ ଅଞ୍ଚଳରେ ମଧ୍ୟ ନିୟୋଜିତ ହୋଇପାରିବ ।

ସ୍ୱାଧୀନତା ଦିବସ ଅବସରରେ ଲାଲ କିଲ୍ଲାରେ ୨୧ ତୋପ ସଲାମ ଦେବାର ପରମ୍ପରା ରହିଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଲାମୀ ଦେବା ସମୟରେ ଫାଙ୍କା ତୋପ ଚଳାଯାଇଥାଏ । ଏହି ତୋପରେ ବାରୁଦର ଗୋଳା ଥିଲେ ବି ଏଥିରେ କୌଣସି ପ୍ରକାରର ପ୍ରୋଜେକ୍ଟାଇଲର ବ୍ୟବହାର ହୋଇନାହିଁ । ବାରୁଦ କାରଣରୁ ସଲାମୀ ଦେବା ସମୟରେ କେବଳ ବିସ୍ପୋରଣ ହୋଇଥାଏ ତେବେ ଏହା ଦ୍ୱାରା କାହାକୁ କୌଣସି ପ୍ରକାରର କ୍ଷତି ପହଞ୍ଚିନଥାଏ । ଗୋଟିଏ ଗୋଳାର ଓଜନ ୧୧.୫ କିଲୋ ।

ବର୍ତ୍ତମାନ ସୁଦ୍ଧା ଲାଲ କିଲ୍ଲାରେ ଯେଉଁ ତୋପ ସଲାମୀ ଦିଆଯାଇଥିଲା ସେଥିରେ ବ୍ରିଟେନ ନିର୍ମିତ ତୋପ ବ୍ୟବହାର ହେଉଥିଲା । ବର୍ତ୍ତମାନ କେନ୍ଦ୍ର ସରକାର ନିଜର ଆତ୍ମନିର୍ଭର ଅଭିଯାନରେ ଏହି ତୋପ ପ୍ରସ୍ତୁତ କରିଛନ୍ତି । ଡିଆରଡିଓ ନିଜ ଜ୍ଞାନକୌଶଳରେ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହିକ୍ରମରେ ଲାଲ କିଲ୍ଲାରେ ସ୍ୱଦେଶୀ ତୋପର ବ୍ୟବହାର କରାଯାଇଛି ।

Leave A Reply

Your email address will not be published.