xmas

ବିଳାସପୁର ଗ୍ରାମ ପଞ୍ଚାୟତରେ ଝିପି ଝିପି ବର୍ଷା ସତ୍ୱେ ପାଳିତ ହେଲା ୭୬ତମ ସ୍ୱାଧୀନତା ଦିବସ।

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଳାସପୁର ଗ୍ରାମ ପଞ୍ଚାୟତରେ ଝିପି ଝିପି ବର୍ଷା ସତ୍ୱେ ପାଳିତ ହେଲା ୭୬ତମ ସ୍ବାଧିନତା ଦିବସ। ଏହି ଉତ୍ସବରେ ଗ୍ରାମ ପଞ୍ଚାୟତର ସମସ୍ତ କର୍ମ କର୍ତ୍ତାଙ୍କ ସହ ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ଏହି ସ୍ୱାଧୀନତା ଦିବସରେ ନୂତନ ସରପଞ୍ଚ ଶ୍ରୀମତି ଅମ୍ବିକା ସୁନା ପତାକା ଉତ୍ତୋଳନ କରିଥିବା ବେଳେ ତାଙ୍କ ଅଭିଭାଷଣରେ କିପରି ଗାଁଠୁ ପଞ୍ଚାୟତ ପର୍ଯ୍ୟନ୍ତ ଉନ୍ନତି ହୋଇପାରିବ ଓ ସେ କିପରି ସଦା ସର୍ବଦା ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବେ ସେହି ଉପରେ ଆଲୋକପାତ କରିଥିଲେ। ଏହା ସହ ବିଳାସପୁର ଅଞ୍ଚଳର ସମାଜସେବୀ ତଥା ରାଜନୀତିଜ୍ଞ ପବିତ୍ର ସାହୁ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ,ଛାତ୍ର ଛାତ୍ରୀଙ୍କ ସହ ଜନସାଧାରଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.