ବୋଲେରୋ ସହ ୨୩ କେଜି ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ -୧୬/୦୮ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ମଙ୍ଗଳବାର ବଂଧଗଡ଼ ନିକଟ ସ୍ଥାନରେ ଚଢ଼ାଉ କରି ଏକ ବୋଲେରୋ ସହ ୨୩ କେଜି ଗଞ୍ଜେଇ ଜବତ କରିବା ସହ ୨ଗଞ୍ଜେଇ ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜବତ ବୋଲେରୋ ନମ୍ବର ଓ ଡି 02ଵି କ୍ୟୁ 4690 ବୋଲି ପୋଲିସ କହିଛି l କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ୱରେ ପୋଲିସ ଟିମ ବନ୍ଧ ଗଡ଼ ଛକ ଠାରେ ଅତର୍କିତ ଚଢ଼ାଉ କରିଥିଲା l ଗିରଫ ୨ ଗଞ୍ଜେଇ ମାଫିଆ ହେଲେ କେନ୍ଦ୍ରାପଡା ଆଳି ଅଞ୍ଚଳର ପ୍ରଫୁଲ ପ୍ରଧାନ ଓ ଧର୍ମେନ୍ଦ୍ର ପାଣ୍ଡବ ବୋଲି ଜଣାପଡିଛି l ଏମାନେ କୁଆଡେ ରୀତି ମତ ଭାବେ ଚୋରା ଗଞ୍ଜେଇ କାରବାରରେ ଲିପ୍ତ ଥିଲେ l ଏ ସମ୍ପର୍କରେ ପୋଲିସ ୧୨0/୨ ୨ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁ ଥିବା ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓ କହିଛନ୍ତି l ଥାନା ଅଧିକାରୀ ରାଓଙ୍କ କାର୍ଯ୍ୟଦକ୍ଷତା, ନିଷ୍ଠାପର ଉଦ୍ୟମ, ଆନ୍ତରିକତା ଯୋଗୁଁ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ପୋଲିସ ସଫଳ ହେଉଛି l ଆଉ ଗଞ୍ଜେଇ ମାଫିଆ ମାନେ ସାବାଡ଼ ମଧ୍ୟହେଲେଣି l ଫଳରେ ଦିନକୁ ଦିନ ଗଞ୍ଜେଇ ଚୋରାଚାଲାଣ ମଧ୍ୟ ଅନେକାଂଶରେ କମିବା ଲକ୍ଷ କରାଯାଇଛି l

Leave A Reply

Your email address will not be published.