ଅଗଷ୍ଟ ୨୧ରେ ଆପ୍ ର ରାଜ୍ୟସ୍ତରୀୟ ସମ୍ମିଳନୀ ବରଗଡ଼ ଜିଲ୍ଲାରୁ ଯୋଗ ଦେବେ ୫୦ କର୍ମୀ

ବରଗଡ଼ ୧୭/୦୮— ଆମ୍ ଆଦମୀ ପାର୍ଟି ବରଗଡ ଜିଲ୍ଲା ତରଫରୁ ଘୋଷଣା ନାମା ଜାରି ହୋଇଛି । ଏଥିରେ ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭୁବନେଶ୍ୱରଠାରେ ପାର୍ଟିର ରାଜ୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ l ଏହି ସମ୍ମିଳନୀରେ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷି, ପରିବେଶ, ମହିଳା ସଶକ୍ତିକରଣ ଏବଂ ଆଦିବାସୀ ସମାଜର ଉନ୍ନତ୍ତି ପାଇଁ ଠୋସ ରାଜନୈତିକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ l ସଂଗଠନକୁ ସୁଦୃଢ କରିବା ପାଇଁ ଏବଂ ଓଡ଼ିଶାର କୋଣ ଅନୁକୋଣରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କର ବିକଳ୍ପ ରାଜନୀତିର ବାର୍ତ୍ତାକୁ ପହଞ୍ଚେଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେବ l ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ବରଗଡ଼ ଜିଲ୍ଲା ଆବାହକ ଭବାନୀ ସାହୁ ସୂଚନା ଦେଇଛନ୍ତି ।

ଓଡ଼ିଶାରେ ବିଗତ ୨୩ ବର୍ଷଧରି ଶାସନରେ ଥିବା ବିଜୁ ଜନତା ଦଳର ଦୁର୍ନୀତି ଏବଂ ଅରାଜକତା ବିରୁଦ୍ଧରେ ଆମ ଆଦମୀ ପାର୍ଟି ରାଜ୍ୟବାସୀଙ୍କର ଏକମାତ୍ର ଆଶା ଓ ଭରସା ଅଟେ l ସମସ୍ତେ ଜାଣିଛନ୍ତି ଯେ ଜନତାର ମୌଳିକ ଆବଶ୍ୟକତା ପୂରଣ କରିବା, ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ ଶାସନ ଦେବା ସହିତ ମଜବୁତ ଅର୍ଥନୀତି ଗଢ଼ିତୋଳିବା ଆମ ଆଦମୀ ପାର୍ଟିର ସ୍ୱତନ୍ତ୍ରତା ଅଟେ l ତେଣୁ ଏହି ସମ୍ମିଳନୀରେ ପାର୍ଟି ଓଡିଶା ପାଇଁ ତାର ରଣନୀତି ପ୍ରସ୍ତୁତ କରିବ l

ରାଜ୍ୟ କର୍ମୀ ସମ୍ମିଳନୀରେ ସମସ୍ତ ପଦାଧିକାରୀ ଏବଂ ରାଜ୍ୟର ସକ୍ରିୟ କର୍ମୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ଆମ ଜିଲ୍ଲାରୁ ପ୍ରାୟ ୫୦ ଜଣ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ l ଏହି ସମ୍ମିଳନୀକୁ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଏବଂ ରାଜ୍ୟ ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟର ବିଧାୟକ ଶ୍ରୀ ବିରେନ୍ଦର ସିଂହ କାଦିଆନ ସମ୍ବୋଧିତ କରିବେ ବୋଲି ବରଗଡ଼ ଜିଲ୍ଳା ଆପ୍ ର ଆବାହକ ଭବାନୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.