ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା ର ଉନ୍ନତି ପାଇଁ ସେତୁ ଯୋଜନା ଅନ୍ତର୍ଗତ ସହେ କୋଟି ରୁ ଉର୍ଦ୍ଧ୍ବ ଟଙ୍କା କ୍ଲଷ୍ଟର ବିଲ୍ଡିଂ ନିର୍ମାଣ ପାଇଁ ନିର୍ଦ୍ଦେଶ -ଶିକ୍ଷା ମନ୍ତ୍ରୀ ସମୀର ଦାସ

ମାଲକାନଗିରି.୧୭/୮ ମାଲକାନଗିରି ୟୁନିଅନ ଅଫ ଜୋର୍ନ।ଲିଷ୍ଟ ସଂଘର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଶାର ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ମାଲକାନଗିରି ଜିଲ୍ଲାର ବିକାଶରେ ରାଜ୍ୟ ସରକାର ପ୍ରମୁଖ ଭୁମିକା ଗ୍ରହଣ କରିବା ସହ ସ୍ବତନ୍ତ୍ର ଫୋକସ କରିଥିବା କହିଥିଲେ। ମାଲକାନଗିରି ଜିଲ୍ଲା ଏକ ସହିଦ ମାଟିର ଜିଲ୍ଲା ହୋଇଥିବା ବେଳେ ଏଠିକାର ଲୋକେ ସ୍ବାଧୀନତା ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି। ଏହି ଅବସରରେ ଏମ ୟୁ ଜେର ସଭାପତି ଦେବ ପ୍ରସ।ଦ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ମାଲକାନଗିରି ସାମ୍ବାଦିକ ସଂଘର କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ଦାସ ଉପସ୍ଥିତ ରହି ପାତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଦେବ ପ୍ରସାଦ ଦାସ, ଉପସଭାପତି ସତ୍ୟ ନାରାୟଣ ପଣ୍ଡା, ଯିତେନ୍ଦ୍ର ବେଉରା, ଦେବବ୍ରତ ସାନା, ଡିଇଓ ମାନସ ରଂଜନ ଜେନା, କାମରାଜ ଜେନା, ଇଶ୍ବର ରାଓ, ପ୍ରସାଦ ନାୟକ, ବିକ୍ରମ ପାଢୀ, ସନ୍ତୋଷ ନାୟକ, ଶିବ ପ୍ରସାଦ କିର୍ତ୍ତନିୟା, ଅସିମ ବିଶ୍ବାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ବହୁ ବିକାଶ କାର୍ଯ୍ୟକ୍ରମ ଚାଲିଛି। ସ୍ୱାଭିମାନ ଅଞ୍ଚଳରେ ଯେଉଁ ଠାରେ ମ।ଓଗଡ କୁହାଯାଉଥିଲା । ବର୍ତ୍ତମାନ ତାହା ମାଓ ମୁକ୍ତ ଅଞ୍ଚଳରେ ପରିଣତ ହୋଇପାରିଛି। ସ୍ୱାଭିମାନ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସେତୁ ଯୋଜନାରେ ସହେ କୋଟି ଟଙ୍କା ରୁ ଉର୍ଦ୍ଧ୍ବ ଅନୁଦାନ ପ୍ରଦାନ କରାଯାଇଛି।ସେଠାରେ ଦ୍ରୁତ ଗତିରେ କ୍ଳଷ୍ଟର ବିଲଡିଂ ନିର୍ମାଣ କାର୍ଯ୍ୟ ଚାଲିଛି ।ଶିକ୍ଷକ ମାନଙ୍କୁ କୌଣସି ଅସୁବିଧା ନହେବ ସେଥିପାଇଁ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇଦିଆଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ସଂଘ କର୍ମ କର୍ତ୍ତାଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ,ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା କରିଥିଲେ।

Leave A Reply

Your email address will not be published.