୨୧କେଜି ଗଞ୍ଜେଇ ,ବାଇକ ସହ ଅଭିଯୁକ୍ତ ଗିରଫ

କଣ୍ଟାମାଳ- ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗଞ୍ଜେଇ,ବାଇକ୍ ସହ ଅଭିଯୁକ୍ତକୁ ଗିରଫ କରିଛି କଣ୍ଟାମାଳ ପୋଲିସ । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଡୁମାଲପାଲି ଛକରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ଆଧାରରେ ପୋଲିସ ଚଢ଼ାଉ କରିଥିଲା । ଚାଲାଣରେ ସଂପୃକ୍ତ ବଲାଙ୍ଗୀର ଜିଲ୍ଲା ସଦର ଥାନା ସରପାଟଣା ଗ୍ରାମର ରୋଷନ୍ ମେହେର(୨୪)କୁ ଗିରଫ କରିବା ସହ ବ୍ୟବହୃତ ବାଇକ୍କୁ ମଧ୍ୟ ଜବତ କରିଛି । ଚାଲାଣ ହେଉଥିବା ୨୧କେଜି ୨୦୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ୧୧୦/୨୦୨୨ ରେ ଏକ ମାମଲା ରୁଜ୍ଜୁ କରିଥିବା କଣ୍ଟାମାଳ ଥାନା ଦାୟିତ୍ବରେ ଥିବା ଡିଏସପି ତପସ୍ଵିନୀ କହଁର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.