ଇଂରାଜୀ ସାହିତ୍ୟରେ ଛାତ୍ରୀଙ୍କ ସଫଳତା

କାଲିମେଳା,ତା ୧୮/୮ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଦ୍ଵାରା ଚଳିତ ବର୍ଷ ସଦ୍ୟ ପ୍ରକାଶିତ +୩ ଶେଷ ବର୍ଷ ପରୀକ୍ଷାରେ ,ମାଲକାନଗିରି ଜିଲ୍ଲା କାଲିମେଳାସ୍ଥ ଗୋପବନ୍ଧୁ ଆଞ୍ଚଳିକ ଡିଗ୍ରୀ କଲେଜର ଇଂରାଜୀ ଅନର୍ସର ଛାତ୍ରୀ ସୁମତି ହିଆଲ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି l ସେ ମୋଟ ୧୪୦୦ ମାର୍କରୁ ୧୧୫୫ମାର୍କ ପାଇ କଲେଜ ଓ ଏ ଅଞ୍ଚଳ ପାଇଁ ଗୌରବ ଆଣି ଥିବାରୁ ମହାବିଦ୍ୟାଳୟରେ ଆନନ୍ଦର ଲହରୀ ଖେଳି ଯାଇଛି। ସେ ପ୍ରଥମ କରି ଏହି କଲେଜରୁ ଇନିଭର୍ସିଟ୍ ଟପ୍ପର ହେବାର ଗୌରବ ହାସଲ କରିଛନ୍ତି l ଆଦିବାସୀ ଅଧ୍ୟୁଷିତ ତେଲରାଇ ପଞ୍ଚାୟତର ସିଶୁଗୁଡା ଗ୍ରାମର ଏକ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିବା ନାରାୟଣ ହିଆଲ୍ ଓ ଶାନ୍ତି ମଣି ହିଆଲଙ୍କର ଏକମାତ୍ର କନ୍ୟା ସୁମତି ଜଣେ ମେଧାବୀ ଛାତ୍ରୀ ଭାବେ ବିଭିନ୍ନ ପ୍ରତିଯଗିତାରେ ବହୁ ସଫଳତା ହାସଲ କରିଛନ୍ତି l ଇଂରାଜୀ ଅଧ୍ୟାପକ ଡ ପଦ୍ମଲୋଚନ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ପ୍ରେରଣା ବଳରେ ସେ ଏହି ସଫଳତା ପାଇବାକୁ ସମର୍ଥ ହୋଇଛନ୍ତି ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.