xmas

କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଦୁର୍ବ୍ଯବହାର

ବୌଦ୍ଧ- ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଥାନା ସଦା ସର୍ବଦା ବିବାଦ ଘେରରେ ରହି ଆସୁଛି। ସେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ମାଡ ମାରିବା ଘଟଣା ହେଉ କି ଫଳ ଦୋକାନୀଙ୍କ ନିକିତି ଫୋପାଡିବା ଘଟଣା ହେଉ। ଏହି ଥାନାରେ କାହାରି ନ୍ୟାୟ ଦେବାର ନଜର ଆସିନାହିଁ। ଯଦିଓ ଆସିଛି ଉପରିସ୍ଥ ଅଧିକାରୀ ମାନଙ୍କ ଆଦେଶ ରେ । ଏହି ବାଉଁଶୁଣୀ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାୟଗୁରୁଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ସମଗ୍ର ଜିଲ୍ଲା ପୋଲିସ ବାରମ୍ବାର ବଦନାମ ହେବାରେ ଲାଗିଛି। ବାଉଁଶୁଣୀ ଥାନା ଅଞ୍ଚଳରେ ବହୁତ ପରିମାଣରେ ମଦ, ଗଞେଇ ,ଜୁଆ ବେଆଇନ ଭାବରେ ଚାଲୁଅଛି । ଖାସ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାୟଗୁରୁଙ୍କ ପାଇଁ। ଆଜି ସକାଳୁ ସବ ଇନ୍ସିସ୍ପେଷ୍ଟର ସସ୍ମିତା ମଗରଙ୍କ ନେତୃତ୍ଵ ରେ ଗୋଟିଏ ମୁଦାଲା ସହ ଗାଡି, ଗଞେଇ ଜବତ ହୋଇଥିଲା। ଏ ବାବଦରେ ଜିଲ୍ଲା ୱେବ ମିଡିଆ ସଙ୍ଘର ସଭାପତି ଅକ୍ରୁର ବେହେରା ଙ୍କ ସମତେ ସାମ୍ବାଦିକ ଅବୁ ବକ୍କର ଖାଁ, ଆଶିଷ ବିହାରୀ ଠାକୁର, ସୁମନ୍ତ ମେହେର, ଶରତ ମୁଦୁଲି, ଭରତ ଡାଙ୍ଗ ଖବର ସଗ୍ରହ କରିବା ପାଇଁ ବାଉଁଶୁଣୀ ଥାନାକୁ ଯାଇଥିବା ବେଳେ ଥାନାର ମହିଳା କନେଷ୍ଟବଳ ବନ୍ଦନା ବେହେରା କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଦୁର୍ବ୍ଯବହାର କରିଥିବା ଅଭିଯୋଗ ଆଣିଥିଲେ। ତା ପରେ ସାମ୍ବାଦିକ ମାନେ ଉପଖଣ୍ଡ ପୋଲିସ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁଙ୍କୁ ଜଣାଇବା ପରେ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାୟଗୁରୁଙ୍କୁ ଫୋନ କରିଥିଲେ। ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାୟଗୁରୁ ଦୁର୍ବ୍ଯବହାର କରିଥିବା ମହିଳା କନେଷ୍ଟବଳ ଙ୍କୁ ଡାକି ତାଗିତ କରିଥିଲେ।ଥାନା ଅଧିକାରୀ ତାଗିତ କରିବା ସତ୍ତ୍ବେ ମହିଳା କନେଷ୍ଟବଳ ମାନିନଥିଲେ । ପାଳଟା ତୁମେ ମାନେ ମୋର କଣ ତାଡିବ ଏସପି ପାଖକୁ ଯିବ ଯ ,ମୋର କେହି କିଛି ଉଫାଡି ପାରିବେ ନାହିଁ ବୋଲି ଯୁକ୍ତି ବାଡିଥିଲେ। ଏହି ମହିଳା କନେଷ୍ଟବଳ କାହା ସାହାସରେ ବଳିଆନ ।ଯଦି କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଏହି ଥାନାରେ ଏହି ପରି ଭାବରେ ବ୍ୟବହାର କରାଯାଉଛି, ତେବେ ସାଧାରଣ ଲୋକଙ୍କ କଥା ନିଶ୍ଚୟ ବୁଝି ପାରୁଥିବେ ।

Leave A Reply

Your email address will not be published.