xmas

ଫୁଲବାଣୀ ସହରରେ ପ୍ରବଳ ବର୍ଷା; ଗଛ ପଡି ଉଠା ଦୋକାନ, କାର ଭାଙ୍ଗିଲା

ଫୁଲବାଣୀ -୧୯/୦୮ ଗୁରୁବାର ରାତିରୁ ଫୁଲବାଣୀ ସହରରେ ପ୍ରବଳ ବର୍ଷା ହେବା ଫଳରେ ମଦୀକୁନ୍ଦା ଛକରେ ବିରାଟ ଆମ୍ବ ଗଛ ଉପୁଡିପଡିବା ଫଳରେ ନିକଟରେ ଥିବା କେତକ କେବିନ ଭାଙ୍ଗିରୁଜି ଯାଇଥିବା ବେଳେ ପାଖରେ ଥିବା ଏକ ନୂଆ ନାଲି ରଙ୍ଗର ମାରୁତି କାର Od-12b-6968 କ୍ଷତିଗ୍ରସ୍ତ ହୋଇଛି l ଗଛ ପଡି ବିଦ୍ୟୁତ ତାର ଛିଣ୍ଡିଯିବା ଫଳରେ ଗୁରୁବାର ରାତିରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି l ପ୍ରବଳ ବର୍ଷlରେ ଡ୍ରେନ ଅବରାଧ ଫଳରେ ବଜାର ମୁଖ୍ୟ ରାସ୍ତାରେ ପାଣି ହେଇଯାଇଛି l ସେହିପରି ସହର ର ବିଭିନ୍ନତଳ ଅଞ୍ଚଳରେ ବର୍ଷା ପାଣି କେତେଜଣଙ୍କ ଘରେ ପଶିଥିବା ଖବର ମିଳିଛି l ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବା ଫଳରେ ନଦୀ ନାଳରେ ବନ୍ୟାଜଳ ଆସିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିବା ଖବର ମିଳିଛି l

Leave A Reply

Your email address will not be published.