ନିଯୁକ୍ତି ପାଇଥିବା ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନଙ୍କର ଦାବି ଦିବସରେ ଅନୁଦାନଭୁକ୍ତ ହେବ ପାଇଁ ଉଚ୍ଚଶିକ୍ଷା ବିଭାଗ ନିକଟରେ ଦାବି
ତା ୧୬/୦୮/୨୦୧୨ ରିଖ ମଙ୍ଗଳବାର ବେସରକାରୀ ଅନୁଦାନ ଓ ଅଣଅନୁଦାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ (+୨ ଏବଂ +୩ ) କର୍ମଚାରୀ ସଂଘ, ଓଡିଶା ତରଫରୁ ଦାବି ଦିବସରେ ଉଚ୍ଚଶିକ୍ଷା ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରିବା ସହିତ ୦୧-୦୬-୨୦୦୮ ରୁ ୩୦-୧୧-୨୦୧୩ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀମାନଙ୍କୁ ଅନୁଦାନ ପରିସର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାଧ୍ୟମରେ ଓଡ଼ିଶାର ୫ଗୋଟି ରିଜିଓନାଲ ନିର୍ଦେଶକ ମାଧ୍ୟମରେ ଏକ ଷ୍ଟାଫ ପୋଜିସନ ମଗାଯାଇଥିଲା ଏବଂ ଉକ୍ତ ଷ୍ଟାଫ ପୋଜିସନରେ ୧୪୦୦ ଅଧ୍ୟାପକ, ଅଧ୍ୟାପିକା ତଥା ୧୩୫୦ କର୍ମଚାରୀ ମାନଙ୍କରର ତାଲିକା ପ୍ରସ୍ତୁତି କରାଯାଇଥିଲା ଏବଂ ସେମାନଙ୍କ ପାଇଁ ୧୪,୨୧,୧୬୦୦୦ ଟଙ୍କାର ବଜେଟ ୨୦୧୯ ମସିହାରେ ପ୍ରସ୍ତୁତି କରାଯାଇଥିଲା । ମାତ୍ର ଦୁଃଖ ଓ ପରିଣର ବିଷୟ ଏହି କି ଯେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଉଚ୍ଚଶିକ୍ଷା ତରଫରୁ ନିଆଯାଇନାହିଁ । ତେଣୁ ଆଜିର ସୌଜନ୍ୟମୂଳକ ସାକ୍ଷାତାର ସଂଘ ତରଫରୁ ଉଚ୍ଚଶିକ୍ଷା ସଚିବଙ୍କ ନୂତନ ଅନୁଦାନ ନୀତି ପ୍ରଣୟନ କରିବାକୁ ଅନୁରୋଧ କରାଯାଇଛି । ଆଜି ସଂଘ ତରଫରୁ ସଭାପତି ଦୀପକ କୁମାର ସାହୁ, ସାମ୍ବାଦିକା ସ୍ନିଗ୍ଧାଜ୍ୟୋତି ରାଉତରାୟ ଉଚ୍ଚଶିକ୍ଷା ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀଙ୍କୁ ସଚିବାଳୟରେ ସାକ୍ଷାତ କରିଥିଲେ ।