xmas

ସୋଆରେ ଏନ୍‌ସିସିର ବାର୍ଷିକ ପ୍ରଶିକ୍ଷଣ ଶିବିର ଆୟୋଜିତ

ଭୁବନେଶ୍ୱର, ୧୯/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ପରିସରରେ ଅଗଷ୍ଟ ୧୭ ତାରିଖରୁ ଆରମ୍ଭ ହୋଇଛି ନ୍ୟାସ୍‌ନାଲ୍ କ୍ୟାଡେଟ୍ କର୍ପ୍‌ସ (ଏନ୍‌ସିସି)ର ବାର୍ଷିକ ପ୍ରଶିକ୍ଷଣ ଶିବିର । ଏହି ଶିବିରରେ ଉଭୟ ଜୁନିୟର ଏବଂ ସିନିୟର ଡିଭିଜନ୍‌ର ମୋଟ ୨୩୦ ଜଣ କ୍ୟାଡେଟ୍ ଯୋଗ ଦେଇଛନ୍ତି ।
୪ (ଓ) କଟକ ଦ୍ୱାରା ଆୟୋଜିତ ଏହି ଶିବିରରେ କମାଣ୍ଡିଙ୍ଗ ଅଫିସର ଲେଫ୍ଟନାଂଟ କର୍ଣ୍ଣେଲ୍ ଉମେଶ ମାରୱାହାଙ୍କ ତତ୍ୱାବଧାନରେ ୪ ଜଣ ଆସୋସିଏଟ୍ ଏନ୍‌ସିସି ଅଫିସର ଓ ୭ ଜଣ ପର୍ମାନେଂଟ ଇନ୍‌ଷ୍ଟ୍ରକ୍ଟର ଯୋଗ ଦେଇ ବନ୍ଧୁକ ଚାଳନା, ଡ୍ରିଲ୍ ଏବଂ ଅନ୍ୟାନ୍ୟ କ୍ରୀଡା ପ୍ରଶିକ୍ଷଣ ଦେଉଛନ୍ତି ।
ପ୍ରଶିକ୍ଷଣ ଶିବିରର ଉଦ୍‌ଘାଟନୀ ଅବସରରେ ଲେଫ୍ଟନାଂଟ ମାରୱାହା ଏନ୍‌ସିସିର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ କ୍ୟାଡେଟ୍‌ମାନଙ୍କୁ ବିସ୍ତୃତ ଭାବରେ ବୁଝାଇବା ସହ କେନ୍ଦ୍ର ସରକାରଙ୍କ ସହ ବିଭିନ୍ନ ଡିଜିଟାଲ୍ ଫୋରମ୍‌ରେ ଏନ୍‌ସିସିକୁ ନେଇ ଦିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ।
ଆଇଟିଇଆର୍‌ର ଆସୋସିଏଟ୍ ଏନ୍‌ସିସି ଅଫିସର ଲେଫ୍ଟନାଂଟ ଡକ୍ଟର ସଚିଦାନନ୍ଦ ସାହୁ, ଏଆଇଇଟିର ଲେଫ୍ଟନାଂଟ ରୁଦ୍ରପ୍ରସାଦ ନନ୍ଦ, ଆଇଟିଇଆରର ଡକ୍ଟର ସତୀଶ କୁମାର ସାମଲ୍‌, ଆଇଟିଇଆର୍ ହଷ୍ଟେଲ୍ ୱାର୍ଡେନ୍ ଡକ୍ଟର ରଞ୍ଜନ କୁମାର ମଲ୍ଲିକ ପ୍ରମୁଖ ଏହି ଶିବିରରେ ସହଯୋଗ କରିଥିଲେ ।
ଆଇଟିଇଆର୍ ଡିନ୍ ପ୍ରଫେସର ଡକ୍ଟର ପି.କେ. ସାହୁ କାର୍ଯ୍ୟକ୍ରମରେ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.