xmas

ବାରିପଦାରେ କଂଗ୍ରେସର “ମେହେଙ୍ଗାଇ ପର ଚର୍ଚ୍ଚା ” କାର୍ଯ୍ୟକ୍ରମ।

ବାରିପଦା ତା ୧୯/୦୮/୨୦୨୨ ରିଖ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଜନସାଧାରଣଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ମୋଦି ସରକାରଙ୍କର ଅହେତୁକ ସମସ୍ତ ନିତ୍ୟବ୍ୟବହୃତ ସାମଗ୍ରୀ ଗୁଡିକର ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସରକାରୀ କଳର ଅପବ୍ୟବହାର, ଖାଦ୍ୟ ସାମଗ୍ରୀ (ମୁଢ଼ି, ଚୁଡ଼ା,ଗୁଡ,ଖଇ ) ଗୁଡ଼ିକରେ ଜିଏସଟି ଲାଗୁ କରିବା ଇତ୍ୟାଦି ବିରୁଦ୍ଧରେ କଂଗ୍ରେସ ଦଳ ଅବିଶ୍ରାନ୍ତ ଭାବରେ ସଂଗ୍ରାମ ଜାରି ରଖିବ। ଶ୍ରୀ ପଟ୍ଟନାୟକ ଜିଲ୍ଲାସ୍ତରରେ ସମସ୍ତ ନେତୃବୃନ୍ଦ, ନଗର ଓ ବ୍ଲକ ସଭାପତି ମାନଙ୍କୁ ” ମେହେଙ୍ଗାଇ ପର ଚର୍ଚ୍ଚା ” କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ମାସ ୧୭ ତାରିଖ ଠାରୁ ୨୩ ତାରିଖ ମଧ୍ୟରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଣ୍ଡି, ସାପ୍ତାହିକ ହାଟ ବା ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଜନସାଧାରଣଙ୍କୁ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ଆଇନ ଶୃଙ୍ଖଳା ଇତ୍ୟାଦି ବିଷୟରେ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମନ୍ତ ଦାସ ସମସ୍ତ ବ୍ଲକ୍ ଓ ନଗରସ୍ତରରେ କଂଗ୍ରେସ ସଭାପତି ଓ ନେତୃବୃନ୍ଦ ମାନଙ୍କୁ “ମେହେଙ୍ଗାଇ ପର ଚର୍ଚ୍ଚା” କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଆହ୍ୱାନ ଦେଇଛନ୍ତି। ଆଜି ବାରିପଦା ଟାଉନ କଂଗ୍ରେସ ସଭାପତି ଶ୍ରୀ ଶାନ୍ତନୁ ପାଲଙ୍କ ସଭାପତିତ୍ବରେ ସ୍ଥାନୀୟ ବାରିପଦା କଚେରି ମାର୍କେଟ ପରିସରରେ “ମେହେଙ୍ଗାଇ ପର ଚର୍ଚ୍ଚା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସର ପ୍ରଚାର ପତ୍ର ଜନସାଧାରଣଙ୍କୁ ବଣ୍ଟା ଯାଇଥିବା ବେଳେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଚର୍ଚ୍ଚା କରାଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଜନ ଦାସ ଦରଦାମ ବୃଦ୍ଧି ଦ୍ଵାରା କିପରି ଜନସାଧାରଣ ହନ୍ତସନ୍ତ ହେଉଥିବା ଦର୍ଶାଇ ମୋଦି ସରକାରଙ୍କ ବିରୁଦ୍ଧରେ କଟୁ ସମାଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ ଦାସ, ମହିଳା ସଭାନେତ୍ରୀ ସୁସ୍ମିତା ଘୋସାଲ, ଛାତ୍ର ସଭାପତି ମୋତି ପ୍ରକାଶ ଦାସ, ମାଇନରିଟି ସେଲ୍ ସଭାପତି ଶେଖ୍ ରଖିମ, ଅରବିନ୍ଦ ଦାସ,ସ୍ବାଗନ ଦାସ,କିଶାନ ନେତା ବୁଧୁରାମ ସିଂ, ଇତିଶ୍ରୀ ମିଶ୍ର, ରଶ୍ମିତା ମିଶ୍ର,ସୁଭସ୍ମିତା ଦାସ, ସରୋଜିନୀ ସିଂ, ସେକ ଅଫଜଲ, ଭାଗିରଥୀ ଘୋଡେ଼ଇ, ସେକ ସିରାଜୁଦ୍ଦିନ,ନିର୍ମଳ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.