xmas

ବିଜୁ ଯୁବ ଛାତ୍ର ଜନତା ଦଳ ଦାରିଙ୍ଗବାଡି ବ୍ଲକରେ ବୃକ୍ଷ ରୋପଣ

ଫୁଲବାଣୀ -୧୯/୦୮ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ଦାରିଙ୍ଗବାଡି ପକ୍ଷରୁ ଶ୍ରlନିକେତା ପଞ୍ଚାୟତ ଅନ୍ତର୍ଗତ ତେରା ବାଡି ୟୁପି ସ୍କୁଲ ପରିସରରେ ଆଜି ଶୁକ୍ରବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ l ଏହି ଅବସରରେ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେବା ଲାଗି ଆହ୍ୱାନ ଦେଇଥିଲେ l ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ ଅନ୍ତତଃ ଗୋଟିଏ ଲେଖାହେଁ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ l ଏହି ବୃକ୍ଷ ରୋପଣ କାର୍ଯ୍ୟରେ ଯୁବ ସଭାପତି ରଞ୍ଜନ ପ୍ରଧାନ, ଛାତ୍ର ସଭାପତି ରୂପକ ସାହୁ, ପଂଚାୟତ ସଭାପତି ଅମିତ ପ୍ରଧାନ, ୱାର୍ଡ ସଭ୍ୟ ଭୀମସେନ ଦିଗଲ, ସିମାଞ୍ଚଳ ପ୍ରଧାନ, ସଲମାନ ନାୟକ, ସହଦେଵ ପ୍ରଧାନ, ମାନୁଏଲ ନାୟକ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.