xmas

ବିଧାୟକ ଚୟନ କମିଟିର ପ୍ରଥମ ବୈଠକ: ସମ୍ମାନିତ ହେବେ ୫ ବର୍ଷର ଶ୍ରେଷ୍ଠ ବିଧାୟକ

ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଭିଡ଼ କଟକଣା ମଧ୍ୟରେ ୩ବର୍ଷ ଧରି ଏହି ବୈଠକ ଅନୁଷ୍ଠିତ ହୋଇପାରି ନଥିଲା। ଚଳିତବର୍ଷ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ୫ ବର୍ଷର ଶ୍ରେଷ୍ଠ ବିଧାୟକ ଚୟନ କରାଯିବ।

ଶୁକ୍ରବାର ବିଧାନସଭାସ୍ଥିତ ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ କମିଟିର ସଦସ୍ୟ ଭାବେ ଉପବାଚସ୍ପତି ରଜନୀକାନ୍ତ ସିଂହ, କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ବିଧା଼ୟକ ନଗେନ୍ଦ୍ର କୁମାର ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ ଉପସ୍ଥିତ ଥିଲେ।

ପ୍ରତିବର୍ଷ ବିଧାନସଭା ପକ୍ଷରୁ ୩ଟି ବର୍ଗରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ପଣ୍ଡିତ ନୀଳକଣ୍ଠ ସମ୍ମାନରେ ବର୍ତ୍ତମାନର ଜଣେ ବିଧାୟକଙ୍କୁ ସମ୍ମାନିତ କରାଯାଇଥାଏ। ଶ୍ରେଷ୍ଠ ବିବେଚିତ ଜଣେ ପୂର୍ବତନ ବିଧାୟକଙ୍କୁ ଉତ୍କଳ ଗୌରବ ମଧୁସୂଦନ ସମ୍ମାନରେ ସମ୍ମାନିତ କରାଯାଇଥାଏ। ସେହିପରି ଉତ୍କଳମଣି ଗୋପବନ୍ଧୁ ସମ୍ମାନରେ ଜଣେ ନବନିର୍ବାଚିତ ବିଧାୟକଙ୍କୁ ସମ୍ମାନିତ କରାଯାଇଥାଏ।

ରାଜ୍ୟ ପ୍ରତି ଥିବା ଦାୟିତ୍ୱବୋଧ ଓ ନିଷ୍ଠା ସହ ବିଧାନସଭା ଗୃହକାର୍ଯ୍ୟରେ ବିଧାୟକଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଆଧାରରେ ଚୟନ କମିଟି ପକ୍ଷରୁ ଶ୍ରେଷ୍ଠ ବିଧାୟକଙ୍କୁ ମନୋନୀତ କରାଯାଇଥାଏ।

Leave A Reply

Your email address will not be published.