xmas

ଅବସରପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

ଖୁଣ୍ଟା – ନିଖିଳ ଓଡ଼ିଶା ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଆହ୍ବାନ କ୍ରମେ ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଳକର ଅବସରପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦାବୀକରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଵରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି । ତେବେ ଅବସରପ୍ରାପ୍ତ ଶିକ୍ଷକ ସଂଘର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ଅବସର ଗ୍ରହଣ କରିବା ପରେ ଶିକ୍ଷକମାନେ ବିଭିନ୍ନ ସମସ୍ୟା ଦେଇ ଗତି କରି ଆସୁଥିଲେ ମଧ୍ୟ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ଆଣିଥିଲେ । ଏବଂ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ଚିକିତ୍ସା ଭତ୍ତା , କେନ୍ଦ୍ର ସରକାରଙ୍କ ଭଳି ୩ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ପ୍ରଦାନ , ଅବସରପ୍ରାପ୍ତ କର୍ମଚାରୀଙ୍କୁ ସ୍ୱସ୍ଥ୍ୟ ବୀମା ପ୍ରଦାନ , ଏବଂ ବସ , ଟ୍ରେନ ଯାତାୟତ ରେ ରିହାତି ପ୍ରଦାନ ଇତ୍ୟାଦି ଦାବୀ କରାଯାଇ ଅବସରପ୍ରାପ୍ତ ଶିକ୍ଷକ ସଂଘର ସଭାପତି ପ୍ରତାପ ପାତ୍ରଙ୍କ ନେତୃତ୍ୱରେ ସଂଘର ଉପସଭାପତି ଦିବାକର ପରିଡ଼ା , ସଂପାଦକ ହରିଶଚନ୍ଦ୍ର ପାତ୍ର , କୋଷାଧ୍ଯକ୍ଷ ଶତିଶ ଚନ୍ଦ୍ର ପରିଡା , ଗଙ୍ଗାଧର ଭୋଇ ପ୍ରମୁଖ ଉପସ୍ଥିତ ରହି ଖୁଣ୍ଟା ବ୍ଳକ ବିଡ଼ିଓ ମାନସ ରଞ୍ଜନ ସାମଲ ଓ ଗୋପବନ୍ଧୁ ନଗର ବ୍ଳକ ବିଡିଓ ସଂଗ୍ରାମ କେଶରୀ ଭୋଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୱରେ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.