କନ୍ଧମାଳରେ ଲଗାଣ ବର୍ଷା ଜାରୀ; ପୋଲଓ କଲ ଭର୍ଟ ଧୋଇନେଲା, ଗମନାଗମନ ବିଚ୍ଛିନ୍ନ

ଫୁଲବାଣୀ -୨୦/୦୮ ଆଜି ମଧ୍ୟ ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷାଜାରୀ ରହିଛି l ପ୍ରବଳ ବର୍ଷା ରେଜିଲାର ବିଭିନ ନଦୀ ଓ ନାଳରେ ବନ୍ୟା ଜଳ ଆସିବା ଫଳରେ ବେହାଲ ହୋଇପଡିଛି ସମଗ୍ର କନ୍ଧମାଳ l ଜିଲ୍ଲା ସାରା ଝିପି ଝିପି ବର୍ଷା ଗତ ତିନି ଦିନ ଧରି ଲାଗି ରହିଛି । ଯାହାର ପ୍ରଭାବରେ ଜିଲ୍ଲାର ଅଧିକାଂଶ ନଦୀରେ ଜଳସ୍ତର ଯଥେଷ୍ଟ ବୃଦ୍ଧି ପାଇଛି । ତୁମୁଡିବନ୍ଧ ବ୍ଲକର ସରଧାପୁର ନିକଟସ୍ଥ ପୋଲ ବନ୍ୟାରେ ଧୋଇଯାଇଛି । ଫଳରେ ଡଡଙ୍ଗ, ବେତବାଡି, ସରଧାପୁର ଆଦି ଅଞ୍ଚଳର ଲୋକେ ସିଧା ସଳଖ ପ୍ରଭାବିତ ହୋଇଛନ୍ତି । ଗମନାଗମନ ବିଛିନ ହୋଇପଡିଛି l ସେହିଭଳି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ଗ୍ରାମ ପଞ୍ଚାୟତ ରପଵିଙ୍ଗିଆ -ଲାମ ପଦର ରାସ୍ତାର ପାଜିମାହା କଲଭର୍ଟ ମଧ୍ୟ ଧୋଇ ହୋଇଯାଇଛି । ଫଳରେ ତବିନୀପଦର, ପଥରଖୋଲ, ଲାମପଦର ଆଦି ତିନିରୁ ଉର୍ଦ୍ଧ ଗ୍ରାମ ବାହ୍ୟ ଜଗତରୁ ସମ୍ପୁର୍ଣ ବିଚ୍ଛିନ୍ନ ହୋଇଯାଇଛି । ସେହିପରି ଲଗାଣ ବର୍ଷାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କଚାଘର ଭୁଶୁଡି ପଡିଥିବା ଖବର ମିଳିଛି l ଜିଲ୍ଲା ପ୍ରଶାସନ ସତର୍କ ଦ୍ରୁଷ୍ଟି ରଖିବା ସହ ମରାମତି କରି ଗମନାଗମନର ସୁବ୍ୟବସ୍ଥା ନେଇ ପଦକ୍ଷେପ ନେଉଥିବା କହିଛି l

Leave A Reply

Your email address will not be published.